Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ତେଲେଙ୍ଗାନା ବିଧାନସଭା ପାଇଁ ମହମ୍ମଦ ଆଝାରୁଦ୍ଦିନଙ୍କୁ ଟିକେଟ୍

ନୂଆଦିଲ୍ଲୀ: ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ଦ୍ୱିତୀୟ ତାଲିକା ପ୍ରକାଶ କରିଛି । ଏଥିରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ଅଜହରୁଦ୍ଦିନଙ୍କ ସମେତ ୪୫ ଜଣଙ୍କୁ ଟିକେଟ ଦିଆଯାଇଛି । ମହମ୍ମଦ ଅଜହରୁଦ୍ଦିନଙ୍କୁ ହାଇଦ୍ରାବାଦ ସହରର ଜୁବୁଲି ହିଲ୍ସ ଆସନରୁ ଦଳ ପ୍ରାର୍ଥୀ କରିଛି । ପୂର୍ବତନ ସାଂସଦ ମଧୁ ଗୌଡ ୟାକ୍ଷୀଙ୍କୁ ଲାଲ ବାହାଦୂର ନଗର ଆସନରୁ ଟିକେଟ ଦିଆଯାଇଛି । ଏଥିସହ ପୂଜାଲା ହରିକୃଷ୍ଣଙ୍କୁ
ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ପ୍ରତିଦ୍ୱନ୍ଦୀ ଭାବେ ଟିକେଟ ଦିଆଯାଇଛି।

ଦଳ ତେଲେଙ୍ଗାନାର ୧୧୯ ଟି ସିଟ ମଧ୍ୟରୁ ୧୦୦ଟିରେ ପ୍ରାର୍ଥୀ ଦେଇ ସାରିଛି । ନଭେମ୍ବର ୩୦ରେ ରାଜ୍ୟର ସମସ୍ତ ଆସନ ପାଇଁ ଭୋଟ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ।

Show More

Related Articles

Back to top button