Breaking PLUSଦେଶ ବିଦେଶମୁଖ୍ୟ ଖବର

ରାଜସ୍ଥାନ: ରାଜସମନ୍ଦ ବିଧାୟକ କିରଣ ମାହେଶ୍ୱରୀଙ୍କ କରୋନାରେ ମୃତ୍ୟୁ

ଭାରତୀୟ ଜନତା ପାର୍ଟିର ନେତ୍ରୀ ତଥା ରାଜସ୍ଥାନର ରାଜସମନ୍ଦରୁ ବିଧାୟକ କିରଣ ମାହେଶ୍ୱରୀଙ୍କ କରୋନାରେ ମୃତ୍ୟୁ ହୋଇଛି । କରୋନା ପଜିଟିଭ ଚିହ୍ନଟ ହେବା ପରେ କିରଣ ମାହେଶ୍ୱରୀଙ୍କୁ ହରିୟାଣାର ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଭାରତୀୟ ଜନତା ପାର୍ଟିର ନେତ୍ରୀ ତଥା ରାଜସ୍ଥାନର ରାଜସମନ୍ଦରୁ ବିଧାୟକ କିରଣ ମାହେଶ୍ୱରୀଙ୍କ କରୋନାରେ ମୃତ୍ୟୁ ହୋଇଛି । କରୋନା ପଜିଟିଭ ଚିହ୍ନଟ ହେବା ପରେ କିରଣ ମାହେଶ୍ୱରୀଙ୍କୁ ହରିୟାଣାର ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ ତରଫରୁ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ସୂଚନା ଦିଆଯାଇଛି ।

କିରଣ ମାହେଶ୍ୱରୀ ୧୫ତମ ରାଜସ୍ଥାନ ବିଧାନସଭା ନିର୍ବାଚନର ବିଜୟୀ ହୋଇଥିଲେ । ସେ ୧୯୬୧ ମସିହା ଜୁନ ୨୯ ତାରିଖରେ ରତଲାମରେ ଜନ୍ମଗ୍ରହଣ କରିଥିଲେ । ସତ୍ୟନାରାୟଣ ମାହେଶ୍ୱରୀଙ୍କୁ ସେ ବିବାହା କରିଥିଲେ । ତାଙ୍କର ୨ଟି ସନ୍ତାନ ଥିବା ବେଳେ ତୃଣମୂଳସ୍ତରରେ ସେ ଜଣେ ଭଲ ସଂଗଠକ ଥିଲେ ।

Show More

Related Articles

Back to top button