Breaking PLUSଦେଶ ବିଦେଶମୁଖ୍ୟ ଖବର

ତେଜୁଛି ଚାଷୀ ଆନ୍ଦୋଳନ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାରି ଦିନ ହେବ ଆନ୍ଦୋଳନ ଜାରି ରହିଛି । ପ୍ରଦର୍ଶନକାରୀଙ୍କ ବୁରାଡି ପଡିଆକୁ ଯିବା ପରେ ଆଲୋଚନା ଆରମ୍ଭ କରିବା ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଅସ୍ୱୀକାର କରାଯାଇଛି । ଚାଷୀମାନେ ରବିବାର କହିଛନ୍ତି ଯେ, ସେମାନେ କୌଣସି ପ୍ରକାରର ସର୍ତ୍ତମୂଳକ ଆଲୋଚନା ସ୍ୱୀକାର କରିବେ ନାହିଁ

ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାରି ଦିନ ହେବ ଆନ୍ଦୋଳନ ଜାରି ରହିଛି । ପ୍ରଦର୍ଶନକାରୀଙ୍କ ବୁରାଡି ପଡିଆକୁ ଯିବା ପରେ ଆଲୋଚନା ଆରମ୍ଭ କରିବା ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଅସ୍ୱୀକାର କରାଯାଇଛି । ଚାଷୀମାନେ ରବିବାର କହିଛନ୍ତି ଯେ, ସେମାନେ କୌଣସି ପ୍ରକାରର ସର୍ତ୍ତମୂଳକ ଆଲୋଚନା ସ୍ୱୀକାର କରିବେ ନାହିଁ । ଚାଷୀମାନେ ଚେତାବନୀ ଦେଇଛନ୍ତି ଯେ, ସେମାନେ ରାଷ୍ଟ୍ରୀୟ ରାଜଧାନୀରେ ଆଗାମୀ ଦିନରେ ସମସ୍ତ ୫ଟି ପ୍ରବେଶ ପଥକୁ ବନ୍ଦ କରିବେ ।

ଚାଷୀଙ୍କ ଏହି ଚେତାବନୀଙ୍କ ମଧ୍ୟରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିବାସରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ସାମିଲ ଥିଲେ । କୁହାଯାଉଛି ଯେ, ଏହି ବୈଠକ ପାଖାପାଖି ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ।

Show More

Related Articles

Back to top button