କରୋନା କଟକଣା ମଧ୍ୟରେ ଆଜି ସାରା ରାଜ୍ୟରେ ପାଳିତ ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା
ମହାମାରୀ କରୋନା କଟକଣା ମଧ୍ୟରେ ଆଜି ସାରା ରାଜ୍ୟରେ ପାଳିତ ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଆଜି ଧର୍ମର ମାସ କାର୍ତ୍ତିକ ମାସର ଶେଷ ଦିନ। ଲୋକମାନେ ଆଜିର ଦିନରେ ନଦୀ ଓ ଜଳାଶୟରେ ଡଙ୍ଗା ଭସାଇବା ସହ ବୁଡ଼ ପକାଇଥାନ୍ତି । ମାତ୍ର ଚଳିତବର୍ଷ କରୋନା କଟକଣା ଫିକା କରି ଦେଇଛି କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବକୁ।
![](https://www.utkalprahari.com/wp-content/uploads/2020/11/WhatsApp-Image-2020-11-30-at-1.20.13-PM.jpeg)
ମହାମାରୀ କରୋନା କଟକଣା ମଧ୍ୟରେ ଆଜି ସାରା ରାଜ୍ୟରେ ପାଳିତ ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଆଜି ଧର୍ମର ମାସ କାର୍ତ୍ତିକ ମାସର ଶେଷ ଦିନ। ଲୋକମାନେ ଆଜିର ଦିନରେ ନଦୀ ଓ ଜଳାଶୟରେ ଡଙ୍ଗା ଭସାଇବା ସହ ବୁଡ଼ ପକାଇଥାନ୍ତି । ମାତ୍ର ଚଳିତବର୍ଷ କରୋନା କଟକଣା ଫିକା କରି ଦେଇଛି କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବକୁ। ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବ ବନ୍ଦ ଥିବା ବେଳେ ନଦୀ ଓ ଜଳାଶୟରେ ଡଙ୍ଗା ଭସା ଉପରେ କଟକଣା ଲଗାଇଛନ୍ତି ସରକାର।
ଶ୍ରୀକ୍ଷେତ୍ରର ମହୋଦାଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ଓ ବୁଡ଼ ପକାଇବା ପାଇଁ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। କିନ୍ତୁ କରୋନା ସଂକ୍ରମଣ କାରଣରୁ ଚଳିତବର୍ଷ ଡଙ୍ଗା ଭସାଇବା ଉପରେ କଟକଣା ଲଗାଯାଇଛି। ଭୁବନେଶ୍ବର ପବିତ୍ର ପୁଷ୍କରିଣୀ ବିନ୍ଦୁ ସାଗରରେ ବୁଡ଼ ସହ ଡଙ୍ଗା ଭସାଣୀ ଉପରେ ରୋକ୍ ଲଗାଯାଇଛି। ସମସ୍ତ ଘାଟ ଏବଂ ପୋଖରୀରେ ପୋଲିସ ମୁତୟନ ରହିଛନ୍ତି। ଲୋକମାନେ ଘରେ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ରାଜାରାଜେଶ୍ୱର ବେଶ ଅନୁଷ୍ଠିତ ହେବ। ତେବେ କୋଭିଡ୍ କଟକଣା ପାଇଁ ଶ୍ରୀମନ୍ଦିକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଥିବାରୁ ଶ୍ରୀଜିଉଙ୍କ ଏହି ବେଶକୁ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ପର୍ଯ୍ୟଟକ ତଥା ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ସହ ଜଣେ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୫୦ ଅଫିସର ମୁତୟନ ରହିଛନ୍ତି। କରୋନା ମହାମାରୀ ଯୋଗୁଁ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବା ଯୋଗୁଁ ଭକ୍ତ ମାନେ ଶୃଙ୍ଖଳାର ସହ ପତିତପାବନଙ୍କ ଦର୍ଶନ କରିବା ପାଇଁ ଏସପି କନୱର ବିଶାଲ ସିଂହ ଅନୁରୋଧ କରିଛନ୍ତି।