Breaking PLUSଓଡ଼ିଶାମୁଖ୍ୟ ଖବର

ଅଭିଯୋଗ ଶୁଣୁନଥିବାରୁ ତହସିଲ ଅଫିସରେ ନିଆଁ ଲଗାଇ ଦେଲେ ଯୁବକ

ସମ୍ବଲପୁର ରେଙ୍ଗାଲି ତହସିଲ ଅଫିସରେ ଅଘଟଣ । ତହସିଲ କାର୍ଯ୍ୟାଳୟର ଅଧିକାରୀ ଜଣେ ଯୁବକଙ୍କ କଥା ନ ଶୁଣିବାରୁ ଡିଜେଲ ଢାଳି ତହସିଲ ଅଫିସରେ ନିଆଁ ଲଗାଇ ଦେଲେ ଉନ୍ମାଦ ଯୁବକ । ଠେଲକୋଲି ଥାନା ଅନ୍ତର୍ଗତ ରାଜୀବ କିଶାନ ବୋଲି ଜଣେ ଯୁବକ ଡିଜେଲ ଢ଼ାଲି ନିଆଁ ଲଗାଇ ଦେଇଥିଲେ।

ସମ୍ବଲପୁର ରେଙ୍ଗାଲି ତହସିଲ ଅଫିସରେ ଅଘଟଣ । ତହସିଲ କାର୍ଯ୍ୟାଳୟର ଅଧିକାରୀ ଜଣେ ଯୁବକଙ୍କ କଥା ନ ଶୁଣିବାରୁ ଡିଜେଲ ଢାଳି ତହସିଲ ଅଫିସରେ ନିଆଁ ଲଗାଇ ଦେଲେ ଉନ୍ମାଦ ଯୁବକ । ଠେଲକୋଲି ଥାନା ଅନ୍ତର୍ଗତ ରାଜୀବ କିଶାନ ବୋଲି ଜଣେ ଯୁବକ ଡିଜେଲ ଢ଼ାଲି ନିଆଁ ଲଗାଇ ଦେଇଥିଲେ। ଏଥିରେ ଟେବୁଲ, ଚୌକି, କାଗଜପତ୍ର ପୋଡିଯାଇଛି। ଜମିବାଡି ସମସ୍ୟାକୁ ନେଇ ଏଭଳି କାଣ୍ଡ ଘଟାଇଥିବା ସେ ସ୍ୱୀକାର କରିଛନ୍ତି । ତେବେ ନିଆଁ ଲଗାଇବା ପୂର୍ବରୁ ଯୁବର ଜଣକ ଫେସବୁକରେ ଲାଇଭ କରି ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା ଓ ପରେ ତହସିଲ ଅଫିସରେ ନିଆଁ ଲଗାଇ ଦେଇଥିଲା । ରେଙ୍ଗାଲି ଥାନା ପୋଲିସ ରାଜୀବଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ରେଙ୍ଗାଲି ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଁଞ୍ଚିବା ସହ ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡରେ ପ୍ରାୟ ୩୦ରୁ ୪୦ ପ୍ରତିଶତ କାଗଜପତ୍ର ଓ ତହସିଲ ଅଫିସର ବିଭିନ୍ନ ସାମଗ୍ରୀ ପୋଡି ଯାଇଥିବା ଜଣାପଡିଛି ।

Show More

Related Articles

Back to top button