Breaking PLUSଓଡ଼ିଶାମୁଖ୍ୟ ଖବର

ପୁରୀ ହେପାଜତ୍ ମୃତ୍ୟୁ ମାମଲା, ସରକାରଙ୍କୁ ରିପୋର୍ଟ ତଲବ୍ କଲେ ଓଡ଼ିଶା ହାଇକୋର୍ଟ

ଗତକାଲି ପୁରୀ ବାସେଳିସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ହୋଇଥିଲା। କେ.ରମେଶ ନାମକ ଯୁବକଙ୍କୁ ଥାନା ଭିତରେ ପିଟିପିଟି ମାରି ଦିଆଯାଇଥିବା ମୃତକଙ୍କ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଥିଲେ। ରମେଶଙ୍କ ଦେହସାରା ମାଡ଼ ଦାଗ ରହିଥିବାବେଳେ ନୋଳା ଫାଟି ରକ୍ତ ଜମାଟ ବାନ୍ଧିଥିବା ଦେଖିବାକୁ ମିଳିଥିଲା ।

ମାଡ଼ରେ ଦେହସାରା ସିଝି କଳା ପଡ଼ିଯାଇଥିଲା। ଏହାକୁ କେନ୍ଦ୍ରକରି ପୁରୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସର ଏଭଳି ବର୍ବରତା ବିରୋଧରେ ପରିବାର ଲୋକଙ୍କ ସହ ବିଜେପି ଓ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେଣେ ପୁଲିସ ପରିବାର ଲୋକଙ୍କୁ ନ ଜଣାଇ କେ.ରମେଶଙ୍କ ଶବ ସତ୍କାର କରିଦେବାରୁ ନୂଆ ବିବାଦ ମୁଣ୍ଡଟେକିଛି।ୂ ତେବେ ଆଜି ପୁରୀ ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟ ସରକାରଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି।

ସୋମବାର ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବା ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

Show More

Related Articles

Back to top button