ପାର୍ବଣ ସମୟରେ 14 ଲକ୍ଷରୁ ଅଧିକ ଗାଡି ବିକ୍ରୀ କରି ନୂଆ ରେକର୍ଡ ସୃଷ୍ଟି କଲା ହିରୋ ମୋଟୋକର୍ପ
ଭାରତର ସର୍ବବୃହତ୍ ଦୁଇ ଚକିଆ ଗାଡି ନିର୍ମାତା କମ୍ପାନୀ ହିରୋ ମୋଟୋକର୍ପ ବୁଧବାର ଦିନ କହିଛି ଯେ ଚଳିତ ପାର୍ବଣ ସମୟରେ କମ୍ପାନୀ 14 ଲକ୍ଷରୁ ଅଧିକ ମୋଟରସାଇକେଲ ଏବଂ ସ୍କୁଟର ବିକ୍ରି କରିଛି । କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ଚଳିତ ବର୍ଷ କରୋନା ଜୀବାଣୁ ମହାମାରୀ ସଙ୍କଟ ସତ୍ତ୍ୱେ 32 ଦିନର ପାର୍ବଣ ସମୟ (ନବରାତ୍ରୀ ଠାରୁ ଭାଇଦୁଜ୍ ପର୍ଯ୍ୟନ୍ତ) ରେକର୍ଡ 14 ଲକ୍ଷ ଗାଡି ବିକ୍ରି କରିବାକୁ ସକ୍ଷମ ହୋଇଛି ।

କମ୍ପାନୀ କହିଛି ଯେ ଏହା ପାର୍ବଣ ସମୟରେ କମ୍ପାନୀ 14 ଲକ୍ଷରୁ ଅଧିକ ୟୁନିଟ ମୋଟରସାଇକେଲ ଏବଂ ସ୍କୁଟର ବିକ୍ରି କରିଛି | ହିରୋ କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପର୍ବପର୍ବାଣିରେ ଭଲ ବିକ୍ରୟ ହେତୁ ଡିଲରମାନଙ୍କ ନିକଟରେ ପଡିଥିବା ଯାନବାହାନର ଷ୍ଟକ୍ ହ୍ରାସ କରିବାରେ ଏହା ସାହାଯ୍ୟ କରିଛି ଏବଂ ବର୍ତ୍ତମାନ ଅନେକ ଡିଲରଙ୍କ ନିକଟରେ ପାର୍ବଣ ପରେ ସର୍ବନିମ୍ନ ଷ୍ଟକ୍ ରହିଛି |
ଭବିଷ୍ୟତ ବିଷୟରେ ସୂଚନା ଦେଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ କରୋନା ଭାଇରସ ଟିକା ଖୁବ୍ ଶୀଘ୍ର ଆସୁଥିବା ଖବର ଦ୍ୱାରା ଆସନ୍ତା ମାସରେ ବିଶ୍ୱ ଅର୍ଥନୀତିକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି । ହିରୋ ମୋଟୋକର୍ପ ସୂଚନା ଅନୁଯାୟୀ, 2021-22 ମସିହାରେ ଭାରତୀୟ ଅର୍ଥନୀତିରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧିର ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ସକରାତ୍ମକ ଆକଳନ ଗ୍ରାହକଙ୍କ ଧାରଣାକୁ ବଦଳାଇବା ସହ ଦୁଇ ଚକିଆ ଯାନ ବିକ୍ରି ଉପରେ ମଧ୍ୟ ଏହା ପ୍ରଭାବ ପକାଇବ । କମ୍ପାନୀ ସୂଚନା ଅନୁଯାୟୀ ସରକାରଙ୍କ ନୂତନ ଘୋଷିତ ପଦକ୍ଷେପ ମଧ୍ୟ ବଜାରରେ ଶୀଘ୍ର ଉନ୍ନତି ଆଣିବ ବୋଲି ହିରୋ କମ୍ପାନୀ ପକ୍ଷରୁ ଆଶା କରାଯାଇଛି ।