Breaking PLUSଅପରାଧଆଇନ କାନୁନଓଡ଼ିଶା

ଜଙ୍ଗଲରୁ କାଠ ଆଣିବାକୁ ଯାଇଥିବା ସମୟରେ ନାବାଳିକାକୁ ଦୁଷ୍କର୍ମ

ସୁନ୍ଦରଗଡ଼ରେ ଘଟିଯାଇଛି ଏକ ଲୋମଟାଙ୍କୁରା କାହାଣୀ

ସୁନ୍ଦରଗଡ଼ରେ ଘଟିଯାଇଛି ଏକ ଲୋମଟାଙ୍କୁରା କାହାଣୀ । ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ଦାଣ୍ଡପାନି ନୂଆଡିହି ଅଞ୍ଚଳରେ ଏକ ନାବାଳିକାକୁ ଦୁଷ୍କର୍ମ କରିଥିବା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଯୁବକ ଜଣକ ହେଲେ ନୂଆଡିହିର ଅନୀଲ ତିର୍କୀ (୨୧)।

ଖବର ଅନୁଯାୟୀ, ୧୫ ବର୍ଷର ଜଣେ ନାବାଳିକା  ନୂଆଡିହି ନିକଟସ୍ଥ ଜଙ୍ଗଲକୁ କାଠ ଆଣିବା ନିମନ୍ତେ ଯାଇଥିଲେ । କାଠ ନେଇ ଘରକୁ ଫେରିବା ବାଟରେ ଅନୀଲ୍ ନାମକ ଜଣେ ବ୍ୟକ୍ତି ଝିଅଟିର ପିଛା କରିଥିଲା । ଆଖପାଖରେ କେହି ନଥିବାର ସୁଯୋଗ ଦେଖି ଜୋରଜବରଦସ୍ଥ ଦୁଷ୍କର୍ମ କରିଥିଲା ।  ଏହା ପରେ କାହାକୁ କିଛି କହିଲେ ଜୀବନରେ ମାରିଦେବାର ଧମକ ଦେଇ ଅନୀଲ ଗାଁକୁ ଚାଲି ଆସିଥିଲା । ନାବାଳିକା ଜଣକ କାନ୍ଦି କାନ୍ଦି ଘରକୁ ଆସି ସବୁ କଥା କହିବା ପରେ ପରିବାର ଲୋକେ ଥାନାକୁ ଯାଇ ଅଭିଯୋଗ କରିଥିଲେ।  ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏନେଇ ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତ ଅନୀଲ ତିର୍କୀଙ୍କୁ ଗିରଫ କରିଛି ।

Show More

Related Articles

Back to top button