ଓଡ଼ିଶାଶିକ୍ଷା

ଆସନ୍ତା ୧୦ରୁ +୩ ନାମଲେଖା ପାଇଁ ଚତୁର୍ଥ ପର୍ଯ୍ୟାୟ ନାମଲେଖା ଆରମ୍ଭ,୧୫ରେ ପ୍ରକାଶ ପାଇବ ମେଧା ତାଲିକା

ଆସନ୍ତା କାଲିଠୁ ରାଜ୍ୟର ବିଭିନ୍ନ ଡିଗ୍ରି କଲେଜରେ +୩ ନାମଲେଖା ପାଇଁ ଚତୁର୍ଥ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖାଲି ଥିବା ସିଟରେ ନାମଲେଖା ପ୍ରକ୍ରିୟା ପୁନଃ ଆରମ୍ଭ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନର ସମୟ ସୀମା ରହିଛି ଆସନ୍ତା ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ।

୧୫ ତାରିଖ ଅପରାହ୍ଣରେ ମେଧା ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୧୬ ଓ ୧୭ ତାରିଖରେ ନାମଲେଖା ଅନୁଷ୍ଠିତ ହେବ। ତେବେ ସମସ୍ତ ନାମଲେଖା ପ୍ରକ୍ରିୟା ଡିସେମ୍ବର ୨୦ ତାରିଖରେ ସରିବ। ତୃତୀୟ ପର୍ଯ୍ୟାୟ ନାମଲେଖା ପରେ ଆହୁରି ୫୬ ହଜାର ୭୪୯ଟି ବଳକା ରହିଛି।

Show More

Related Articles

Back to top button