ସ୍ୱାସ୍ଥ୍ୟ

ବରକୋଳିର ଔଷଧୀୟ ଗୁଣ

ବରକୋଳି ଏକ ଜଣାଶୁଣା ଫଳ l ଆମ ଘରର ବାଡ଼ି ବଗିଚାରେ ପ୍ରାୟତଃ ଅଧିକାଂଶ ଲୋକଙ୍କ ଘରେ ଏହାକୁ ଦେଖିବାକୁ ମିଳିଥାଏ

କଞ୍ଚା ଓ ପାଚିଲା ଉଭୟ ସ୍ଥଳରେ ଏହା ଲୋକମାନଙ୍କ ପାଖରେ ଆଦୃତ ଅଟେ l ବରକୋଳି ପତ୍ର ଶୁଭ କାମରେ ବ୍ୟବହାର କରାଯାଏ l କୋଳି ପାଚିଲା ପରେ ଘରେ ଘରେ ଆଚାର ମଧ୍ୟ ପ୍ରସ୍ତୁତ କରାଯାଏ l କିନ୍ତୁ ଏହି ବରକୋଳି ଫଳର ରହିଛି କିଛି ଔଷଧୀୟ ଗୁଣ ଆସନ୍ତୁ ଆଜି ଜାଣିବା l

* ମିଳିମିଳା -ମିଳିମିଳା ହେଉଛି ବସନ୍ତ ଋତୁର ଗୋଟିଏ ପ୍ରକାରର ରୋଗ l ଏହି ରୋଗ ହେବ ଦ୍ୱାରା ଜ୍ୱର ସହିତ ଶରୀରରେ ନାଲି ନାଲି ଦାନା ବାହାରି ଯାଇଥାଏ l ଯଦି ଏପରି ହେଉଛି ତେବେ ବରକୋଳି ଗଛର ଦଶଟି କୋମଳ ପତ୍ର ନେଇ ସେଥିରେ ଦୁଇଟି ଲବଙ୍ଗ ଓ ଗୋଟିଏ ଅଳେଇଚ ଵାଟନ୍ତୁ ଏହା ପରେ ସେଥିରେ କିଛି ମିସିରି ଗୁଣ୍ଡ ମିଶାନ୍ତୁ l ଏହାପରେ ତାହାକୁ ଦିନକୁ ଏକ ଚାମଚ କରି ଦୁଇଥର ଖାଆନ୍ତୁ ଯାହା ଦ୍ୱାରା ମିଳିମିଳାରୁ ଆରମ୍ଭ ମିଳିବ l

* ରକ୍ତ ଝାଡା – ଅଧିକାଂଶ ସମୟରେ ରକ୍ତ ଝାଡ଼ାର ସମସ୍ୟା ଦେଖା ଯାଇଥାଏ l ଯଦି ଏପରି ସମସ୍ୟା ହେଉଛି ତେବେ ବରକୋଳି ଗଛର ଛେଲିକୁ ଶୁଖାଇ ଗୁଣ୍ଡ ପ୍ରସ୍ତୁତ କରନ୍ତୁ l ଏହାପରେ ଏହି ଗୁଣ୍ଡରୁ ଅଧା ଚାମଚ ନେଇ ସେଥିରେ ଏକ ଚାମଚ ଛେଳି କ୍ଷୀର ମିଶାଇ ଖାଇବା ଦ୍ୱାରା ରକ୍ତ ଝଡ଼ାରୁ ଆରମ୍ଭ ମିଳିଥାଏ l

* ବଥ -ଗରମରୁ କିମ୍ବା ଅନ୍ୟ କୌଣସି କାରଣରୁ ବଥ ଉଠିଥିଲେ ବରକୋଳି ପତ୍ରକୁ ବାଟି ଉଷୁମ କରି ବଥ ଉପରେ ଲେପ ଦିଅନ୍ତୁ l କିଛି ଦିନ ପରେ ଦେଖିବେ ବଥଟି ପଚି ପୂଜା ବାହାରି ସୁଖୀ ଯିବା l

* ବାନ୍ତି – ବରକୋଳି ମଞ୍ଜିକୁ ଫଟାଇ ଖଣ୍ଡ କରନ୍ତୁ l ଏହାପରେ ତାହାକୁ ଭଲରେ ଗୁଣ୍ଡ କରି ନିଅନ୍ତୁ l ସେହି ଗୁଣ୍ଡରେ ସମ ପରିମାଣର ମହୁ ମିଶାଇ ସେବନ କରିବା ଦ୍ୱାରା ବାନ୍ତି ଭଲ ହୋଇ ଯାଇଥାଏ l

* ଶ୍ୱାସ ରୋଗ -ଯଦି ଆପଣ ଶ୍ୱାସ ରୋଗରେ ଆକ୍ରାନ୍ତ ଅଛନ୍ତି ତେବେ ବରକୋଳି ପତ୍ରକୁ ବାଟି ଅଳ୍ପ ଉଷୁମ କରି ସୈନ୍ଧବ ଲବଣ ସହିତ ମିଶାଇ ଖାଇବା ଦ୍ୱାରା ଶ୍ୱାସ ରୋଗ ଭଲ ହୋଇଥାଏ l

Show More

Related Articles

Back to top button