ଏହି କଥା ଯେତେ ଠିକ ହୋଇଥିଲେ ମଧ୍ୟ କିଛି ଏପରି ପୋଷକତତ୍ୱ ବାଇଗଣର ରହିଛି ଯାହା ଅନ୍ୟ କୌଣସି ପରିବାରେ ମିଳି ନଥାଏ l
ବାଇଗଣ ଆମ ଶରୀରର କିଛିଟା ରୋଗ ପାଇଁ ହାନିକାରକ ଵୋଇଥିବା କାରଣରୁ ଏହାକୁ ଆମେ କିଛି ମାତ୍ରାରେ ଖାଇବା ଉଚିତ ନୁହେଁ l ଆସନ୍ତୁ ଜାଣିବା କେଉଁ ରୋଗ ପାଇଁ ଖାଇବା ନାହିଁ ବାଇଗଣ l
(୧) ଅର୍ଶ -ଯେଉଁ ଲୋକମାନଙ୍କର ଅର୍ଶ ସମସ୍ୟା ରହିଛି ସେମାନେ ବାଇଗଣ ଖାଇବାରୁ ଦୁରେଇ ରୁହନ୍ତୁ l ଅର୍ଶରେ ପୀଡିତ ବ୍ୟକ୍ତି ଯଦି ବାଇଗଣ ସେବନ କରନ୍ତି ତେବେ ତାର ସମସ୍ୟା ବଢ଼ିଯାଇଥାଏ
(୨)ଏଲର୍ଜୀ -ଯଦି ଆପଣ କୌଣସି ପ୍ରକାର ଏଲର୍ଜୀରେ ଗ୍ରାସିତ ଅଛନ୍ତି ତେବେ ବାଇଗଣ ଖାଇବାରୁ ଦୁରେଇ ରୁହନ୍ତୁ l ଏହା ଏଥିପାଇଁ କୁହା ଯାଉଛି କାରଣ ବାଇଗଣ ଆପଣଙ୍କର ଏଲର୍ଜୀ ସମସ୍ୟାକୁ ବଢ଼ାଇ ପାରେ l
(୩) ଅବସାଦ ଗ୍ରସ୍ତ -ଯେଉଁ ବ୍ୟକ୍ତି ମାନେ ଅବସାଦ ଗ୍ରସ୍ତ ରହି ଔଷଧ ସେବନ କରୁଛନ୍ତି ସେମାନେ ବାଇଗଣ ଖାଇବା ଉଚିତ ନୁହେଁ l ଏହା ଏଥିପାଇଁ କୁହାଯାଉଛି କାରଣ ବାଇଗଣ ଅବସାଦ ଗ୍ରସ୍ତ ଔଷଧକୁ ଶରୀର ଉପରେ ଦେଖାଉଥିବା ପ୍ରଭାବକୁ କମ କରି ଦେଇଥାଏ l
(୪) ଷ୍ଟୋନ ସମସ୍ୟା -ଯଦି ଆପଣ ଷ୍ଟୋନ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି ତେବେ ବାଇଗଣ ଆଦୌ ସେବନ କରନ୍ତୁ ନାହିଁ l ଡାକ୍ତରଙ୍କ ମତରେ ବାଇଗଣର ଆକ୍ସଲେଟ ନାମକ ତତ୍ୱ ରହିଛି ଯାହା ଷ୍ଟୋନ ସମସ୍ୟା ପାଇଁ କ୍ଷତି କାରକ l
(୫) ରକ୍ତ ହୀନତା -ଯଦି କୌଣସି ବ୍ୟକ୍ତି ଶରୀରରେ ରକ୍ତ ହୀନତାର ଶିକାର ହୋଇ ଗ୍ରାସିତ ରହିଛି ତେବେ ସେ ବାଇଗଣ କହାଇବ୍ରୁ ଦୁରେଇ ରହିବ ବଶ୍ୟକ l ଡାକ୍ତରଙ୍କ ମତରେ ବାଇଗଣ ସେବନ କରିବା ଦ୍ୱାରା ଶରୀରରେ ରକ୍ତ ପ୍ରସ୍ତୁତ କରିବା ପାଇଁ ବାଧା ଉପୁଜିଥାଏ l