Breaking PLUSଓଡ଼ିଶାମୁଖ୍ୟ ଖବର

ଆରମ୍ଭ ହେଲା ବିରଳ ଅଲିଭ୍‌ ରିଡଲେ କଇଁଛଙ୍କ ଗଣ ଅଣ୍ତାଦାନ ପ୍ରକ୍ରିୟା

ବିରଳ ଅଲିଭ୍‌ ରିଡଲେ କଇଁଛଙ୍କ ଗଣ ଅଣ୍ତାଦାନ ଋତୁ ଆରମ୍ଭ ହେଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅନ୍ତର୍ଗତ ଗହୀରମଥାରେ ମାଛଧରା ଉପରେ ଆଜିଠାରୁ କଟକଣା ଜାରି ହୋଇଛି । ଆଗାମୀ ୭ ମାସ ପାଇଁ କଟକଣା ବଳବତ୍ତର ରହିବ । ମେ ୩୧ ପର୍ଯ୍ୟନ୍ତ ମାଛଧରା ଉପରେ ଜାରି ହୋଇଛି କଟକଣା ।

ବିରଳ ଅଲିଭ ରିଡଲେ କଇଁଛ ଯେଭଳି ବିନା ବାଧାରେ ଅଣ୍ଡା ଦେଇପାରିବେ ସେ ନେଇ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ବନବିଭାଗ, ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୋଲିସ ମିଳିତ ଭାବେ ପାଟ୍ରୋଲିଂ କରିବେ । ଏହାସହ ୨ଟି କ୍ୟାମ୍ପ ସହ ୧୪ଟି ଅସ୍ଥାୟୀ କ୍ୟାମ୍ପ ମଧ୍ୟ କରାଯାଇଛି ।

ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣରେ ବି ଅଣ୍ଡାଦାନ କରି ଥାଆନ୍ତି ଅଲିଭ ରିଡଲେ କଇଁଛ । ଏଥିପାଇଁ ସେଠାରେ ମଧ୍ୟ ମେ ମାସ ଯାଏ ସଂପୃକ୍ତ ଅଞ୍ଚଳକୁ ନୋ ଫିସିଂ ଜୋନ୍ ଘୋଷଣା କରିଛି ପ୍ରଶାସନ ।

ଚଳିତବର୍ଷ ପ୍ରଥମ ଥର ଗୋଖରକୁଦାଠାରୁ ବଟେଶ୍ୱର ପର୍ଯ୍ୟନ୍ତ ୫କିମି ବେଳାଭୂମିରେ ସିସି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ନେଇଛି ବନ ବିଭାଗ । ଏହା ବ୍ୟତୀତ ୧୧ଟି ସୁରକ୍ଷା କ୍ୟାମ୍ପ୍‌, ୮ କୃତ୍ରିମ ହ୍ୟାଚେରୀ, ପାଟ୍ରୋଲିଂ ବ୍ୟବସ୍ଥା କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

Show More

Related Articles

Back to top button