Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଭାରତ ଅର୍ଥନୀତି ପାଇଁ ଦୀର୍ଘ 8 ମାସ ପରେ ଆସିଲା ଖୁସି ଖବର, 1 ଲକ୍ଷ କୋଟି ଟଙ୍କା ଟପିଲା ଜିଏସଟି ସଂଗ୍ରହ

କରୋନା ସଙ୍କଟ ସହ ସଂଘର୍ଷ କରୁଥିବା ଭାରତୀୟ ଅର୍ଥନୀତି ପାଇଁ ଦୀର୍ଘ 8 ମାସ ପରେ ଖୁସି ଖବର ଆସିଛି | ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରବିବାର ଦିନ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ଅକ୍ଟୋବରରେ ଜିଏସଟି ସଂଗ୍ରହ 1.05 ଲକ୍ଷ କୋଟିରୁ ଅଧିକ ହୋଇଛି । ଚଳିତ ବର୍ଷ ଫେବୃଆରୀ ଠାରୁ ପ୍ରଥମ ଥର ପାଇଁ ଏହି ସଂଖ୍ୟା 1 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି

କରୋନା ସଙ୍କଟ ସହ ସଂଘର୍ଷ କରୁଥିବା ଭାରତୀୟ ଅର୍ଥନୀତି ପାଇଁ ଦୀର୍ଘ 8 ମାସ ପରେ ଖୁସି ଖବର ଆସିଛି | ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରବିବାର ଦିନ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ଅକ୍ଟୋବରରେ ଜିଏସଟି ସଂଗ୍ରହ 1.05 ଲକ୍ଷ କୋଟିରୁ ଅଧିକ ହୋଇଛି । ଚଳିତ ବର୍ଷ ଫେବୃଆରୀ ଠାରୁ ପ୍ରଥମ ଥର ପାଇଁ ଏହି ସଂଖ୍ୟା 1 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଅକ୍ଟୋବର 31, 2020 ପର୍ଯ୍ୟନ୍ତ ଦାଖଲ ହୋଇଥିବା ମୋଟ GSTR-3B ରିଟର୍ଣ୍ଣର ସଂଖ୍ୟା ହେଉଛି 80 ଲକ୍ଷ |

ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ଅକ୍ଟୋବର 31, 2020 ପର୍ଯ୍ୟନ୍ତ ଦାଖଲ ହୋଇଥିବା GSTR-3B ରିଟର୍ଣ୍ଣର ମୋଟ ସଂଖ୍ୟା 80 ଲକ୍ଷରେ ପହଞ୍ଚିଛି । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ ଅକ୍ଟୋବର 2020 ରେ ସମୁଦାୟ ଜିଏସଟି ସଂଗ୍ରହ 1,05,155 କୋଟି ଟଙ୍କା ଥିଲା | ଏଥିରେ CGST ର ଅଂଶ 19,193 କୋଟି, SGST ର 5,411 କୋଟି, IGST ର 52,540 କୋଟି (ସାମଗ୍ରୀ ଆମଦାନୀ ଉପରେ 23,375 କୋଟି ଟଙ୍କା ସଂଗ୍ରହ ମଧ୍ୟ ଅନ୍ତର୍ଭୁକ୍ତ) ଏବଂ ଆମଦାନୀ ହୋଇଥିବା ସାମଗ୍ରୀ ଉପରେ 8,011 କୋଟି ଟଙ୍କା ଅନ୍ତର୍ଭୂକ୍ତ କରାଯାଇଛି)।

ଅକ୍ଟୋବର 2020 ରେ ଜିଏସଟି ସଂଗ୍ରହ ପୂର୍ବ ବର୍ଷର ସମାନ ମାସ ତୁଳନାରେ 10 ପ୍ରତିଶତ ଅଧିକ ହୋଇଛି। ଅକ୍ଟୋବର 2019 ରେ ଜିଏସଟି ସଂଗ୍ରହ 95,379 କୋଟି ଟଙ୍କା ଥିଲା । କୋଭିଡ -19 ମହାମାରୀର ପ୍ରସାରକୁ ରୋକିବା ପାଇଁ ଦେଶରେ ଲଗାଯାଇଥିବା ଲକଡାଉନ ଯୋଗୁଁ ଜିଏସଟି ସଂଗ୍ରହ କ୍ରମାଗତ ଅନେକ ମାସ ଧରି 1 ଲକ୍ଷ କୋଟି ଟଙ୍କାରୁ କମ୍ ରହିଥିଲା ।

Show More

Related Articles

Back to top button