Breaking PLUSଓଡ଼ିଶାମୁଖ୍ୟ ଖବର

ରାଇରଙ୍ଗପୁର ମୁଖ୍ୟ ବଜାରରେ ଭୟାବହ ଅଗ୍ନିକାଣ୍ଡ, କୋଟିଏ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମୁଖ୍ୟ ବଜାରରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ପ୍ରାୟ କୋଟିଏ ଟଙ୍କାର ସାମଗ୍ରୀ । ଏଭଳି ଘଟଣା ଘଟିଛି ରାଇରଙ୍ଗପୁର ସହରର ମୁଖ୍ୟ ଗୋଲେଇ ଛକ ନିକଟ ଫ୍ରେଣ୍ଡସ କର୍ଣ୍ଣର ମାର୍କେଟ କମ୍ପ୍ଲେସରେ । ଯାହା ଜଣା ପଡ଼ିଛି ଗତକାଲି ରାତି ପ୍ରାୟ 2.30 ରେ ନିଆଁ ଲାଗିଛି ।

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମୁଖ୍ୟ ବଜାରରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ପ୍ରାୟ କୋଟିଏ ଟଙ୍କାର ସାମଗ୍ରୀ । ଏଭଳି ଘଟଣା ଘଟିଛି ରାଇରଙ୍ଗପୁର ସହରର ମୁଖ୍ୟ ଗୋଲେଇ ଛକ ନିକଟ ଫ୍ରେଣ୍ଡସ କର୍ଣ୍ଣର ମାର୍କେଟ କମ୍ପ୍ଲେସରେ । ଯାହା ଜଣା ପଡ଼ିଛି ଗତକାଲି ରାତି ପ୍ରାୟ 2.30 ରେ ନିଆଁ ଲାଗିଛି । ତେବେ ପ୍ରାୟ ରାତି 3ଟା ବେଳକୁ ଜଳାପୋଡା ଗନ୍ଧ ପାଖ ପୋଡ଼ଶୀ ପାଇ ଥିଲେ କିନ୍ତୁ ଯେତେବେଳେ ଦୋକାନରୁ ଧୂଆଁ ବାହାରିବା ଦେଖିଲେ ସମସ୍ତଙ୍କ ହୋସ ଉଡି ଯାଇଥିଲା । କାରଣ ଫ୍ରେଣ୍ଡସ କର୍ଣ୍ଣର ସହରର ବହୁତ ପୁରୁଣା ଓ ବହୁତ ବଡ଼ ଦୋକାନ ଅଟେ । ଅଗ୍ନିଶମ ବିଭାଗ ଖବର ପାଇ ଆସିଲା ବେଳକୁ ନିଆଁ ସବୁ ଦୋକାନକୁ ବ୍ୟାପି ସାରିଥିଲା ।

ଫ୍ରିଜ଼, ଏସି ଫାଟିବାକୁ ଆରମ୍ଭ କରିଥିଲା । ଉପଖଣ୍ଡର ବିଭିନ୍ନ ସ୍ଥାନରୁ ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିବା ରେ ଲାଗିଛନ୍ତି । ଘଟଣା ସ୍ଥଳରେ ଏସଡିପିଓ, ତହସିଲଦାର ରହି ଘଟଣା ଉପରେ ନଜର ରଖିଛନ୍ତି।ତେବେ ଅଗ୍ନିକାଣ୍ଡ ର କାରଣ ଜଣା ପଡିନାହଁ, ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Show More

Related Articles

Back to top button