Breaking PLUSଓଡ଼ିଶାମୁଖ୍ୟ ଖବର

କଟକ ନାବାଳିକା ଗଣଦୁର୍ଷ୍କମ ଘଟଣା, ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କଟକ କମିଶନରେଟ୍ ପୋଲିସ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କଟକ କମିଶନରେଟ୍ ପୋଲିସ । ଘଟଣା ଅଭିଯୋଗ ହେବାର ୨୪ ଘଣ୍ଟା ଭିତରେ ଦୁଇ ଅଭିଯୁକ୍ତ ସନ୍ତୋଷ ବେହେରା ଓ ରାକେଶ ରାଉତଙ୍କୁ ଗିରଫ କରିଛି ପୋଲିସ । ଚାଉଳିଆଗଞ୍ଜ ପୋଲିସ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କଟକ କମିଶନରେଟ୍ ପୋଲିସ । ଘଟଣା ଅଭିଯୋଗ ହେବାର ୨୪ ଘଣ୍ଟା ଭିତରେ ଦୁଇ ଅଭିଯୁକ୍ତ ସନ୍ତୋଷ ବେହେରା ଓ ରାକେଶ ରାଉତଙ୍କୁ ଗିରଫ କରିଛି ପୋଲିସ । ଚାଉଳିଆଗଞ୍ଜ ପୋଲିସ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ । ସେମାନଙ୍କ ବିରୋଧରେ IPC ଧାରା ଓ ପକସୋ ଆକ୍ଟରେ ରୁଜୁ ହୋଇଛି ମାମଲା । ଶୀଘ୍ର ତଦନ୍ତ ସାରି ଅଭିଯୋଗପତ୍ର ଦାଖଲ କରାଯିବ । ପୀଡ଼ିତାଙ୍କୁ ନ୍ୟାୟ ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର । କଟକ ଡିସିପି ଓ ଇନ୍ସପେକ୍ଟର ତାପସ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୋଲିସ କମିଶନର ।

ସୂଚନାଯୋଗ୍ୟ ଯେ, ଗତିରାଉତପାଟଣା ଅଞ୍ଚଳରେ ଏକ ଘରେ ୨୨ ଦିନ ରଖି ଦୁଇ ଅଭିଯୁକ୍ତ ତିର୍ତ୍ତୋଲ ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଏସମ୍ପର୍କରେ ଅଭିଯୋଗ ପରେ ତନାଘନା ତଦନ୍ତ ଆରମ୍ଭ କରିଥିଲା ଚାଉଳିଆଗଞ୍ଜ ଥାନା ପୋଲିସ । ଗତକାଲି ସାଇଣ୍ଟିଫିକ୍ ଟିମ୍‌ ଓ ପୋଲିସ ଘଟଣାସ୍ଥଳରେ ଯାଞ୍ଚ କରିଥିଲେ । ପିଡୀତା ନାବାଳିକାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା ।

Show More

Related Articles

Back to top button