Breaking PLUSଓଡ଼ିଶାବାଣିଜ୍ୟ

ବଜାରରେ ପନିପରିବା ପରେ ଏବେ ଡାଲିର ମାହାଙ୍ଗା ମାଡ

ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ସମସ୍ୟା

କରୋନା ପାଇଁ ସାଧାରଣ ଜନତାଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପନିପରିବା ଦାମ ଗତ ଦୁଇ ମାସ ଆକାଶଛୁଆଁ ଥିବାବେଳେ ବର୍ତ୍ତମାନ ଡାଲି ଦାମ ମଧ୍ୟ ବୃଦ୍ଧି ପାଇଛି ।

ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନେକ ବଡ ବଡ ସହରରେ ଡାଲି ଦାମ ୧୫ ରୁ ୨୦ ଟଙ୍କା ବୃଦ୍ଧି ପାଇଛି । ଗତ ବର୍ଷ ଏହି ସମୟରେ ବୁଟ ଡାଲି ଦାମ କିଲୋ ପ୍ରତି ୭୦-୮୦ ଟଙ୍କା ଥିବାବେଳେ ବର୍ତ୍ତମାନ ୧୦୦ ଟଙ୍କା ପାର ହୋଇସାରିଛି । ହରଡ ଡାଲି ଦାମ କିଲୋ ପ୍ରତି ୧୧୫ ଟଙ୍କା ହୋଇଛି । ବ୍ୟବସାୟୀଙ୍କ ଦାବି ଯେ ସରକାରୀ ସଂସ୍ଥା ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ୍ କୁ ସପ୍ଲାଏ ବଢାଇବା ପାଇଁ ନିଜର ଷ୍ଟକ ରିଲିଜ କରିବା ଉଚିତ । ସପ୍ଲାଏ ହ୍ରାସ ପାଇଛି । କିନ୍ତୁ ଚାହିଦା ଲଗାତାର ବୃଦ୍ଧି ପାଉଛି । ସେଥିପାଇଁ ବ୍ୟବସାୟୀ ୨୦୨୦-୨୧ ପାଇଁ ଆମଦାନୀ କୋଟା ଜାରି କରିବାକୁ ଦାବି କରିଛନ୍ତି । ତେବେ ସରକାରଙ୍କ କହିବାନୁଯାୟୀ ଯୋଗାଣ ଅବସ୍ଥା ଠିକ ଅଛି ଏବଂ ଆଗାମୀ ୩ ମାସରେ ଖରିଫ ଋତୁ ଫସଲ ବଜାରକୁ ଆସିବା ଆରମ୍ଭ ହୋଇଯିବ ।ନିକଟରେ କୃଷି କମିଶନର ଏସ.କେ ମାଲହୋତ୍ରା ଭାରତୀୟ ଡାଲି ଏବଂ ଶସ୍ୟ ସଂଘ (ଆଇପିଜିଏ) ଦ୍ୱାରା ଆୟୋଜିତ ଏକ ୱେବିନାରରେ କହିଥିଲେ ଯେ ଖରିଫ ଋତୁରେ ଡାଲି ଉତ୍ପାଦନ ୯୩ ଲକ୍ଷ ଟନ ହେବ ବୋଲି ଦେଶ ଅନୁମାନ କରିଛି । ହରଡ ଡାଲି ଉତ୍ପାଦନ ଗତ ବର୍ଷ ୩୮.୩ ଲକ୍ଷ ଟନ ହୋଇଥିବାବେଳେ ଚଳିତ ବର୍ଷ ୪୦ ଲକ୍ଷ ଟନ ହୋଇଛି ।ବ୍ୟବସାୟୀଙ୍କ କହିବାନୁଯାୟୀ, ଲକଡାଉନ ସମୟରେ ହରଡ ଡାଲି କିଲୋ ପ୍ରତି ୯୦ ଟଙ୍କା ଥିଲା । ପରେ ଏହା ହ୍ରାସ ପାଇଁ ୮୨ ଟଙ୍କା ହୋଇଥିଲା । କିନ୍ତୁ ବର୍ତ୍ତମାନ ପୁଣି ଦାମ ବଢିଯାଇଛି ।

Show More

Related Articles

Back to top button