Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ବିଧାନସଭା ଅଧିବେଶନ ପୂର୍ବରୁ ଆଉ ପାଞ୍ଚ ବିଧାୟକ କରୋନା ପଜେଟିଭ ଚିହ୍ନଟ
ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେବେ ଏହାକୁ ପୂର୍ବରୁ ଆଉ ୫ ଜଣ ବିଧାୟକ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଧାୟକ ବିକ୍ରମ ପଣ୍ଡା, ଅଙ୍ଗଦ କଅଁର, ସରୋଜ ମେହେର, ଜୟନ୍ତ ଷଡ଼ଙ୍ଗୀ ଓ ଭୁଦାନ ମୁର୍ମୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।

ଗତକାଲି ବିଧାନସଭା ପରିସରରେ ୨୫ ବିଧାୟକଙ୍କ କରୋନା ଟେଷ୍ଟ ହୋଇଥିଲା । ସେଥିରୁ ଆଜି ୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ପୂର୍ବରୁ ପରୀକ୍ଷାର ପ୍ରଥମ ଦିନରେ ୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଦ୍ୱିତୀୟ ଦିନରେ ୧୨ ଜଣଙ୍କ ଦେହରେ ଭୂତାଣୁ ଥିବା ଜଣାପଡିଥିଲା । ଗତକାଲି ଆଉ ୫ ଜଣ ବିଧାୟକ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିିଛି । ଏହାକୁ ମିଶାଇ ମୋଟ ୧୯ ଜଣ ମନ୍ତ୍ରୀ ଓ ବିଧାୟକ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।