ବାଣିଜ୍ୟ

ବଜାରକୁ ଆସିବ ହ୍ୟୁଣ୍ଡାଇର ସବୁଠାରୁ ଶସ୍ତା ଏସୟୁଭି ଗାଡି

ହ୍ୟୁଣ୍ଡାଇ ଆତିଶୀଘ୍ର ବଜାରକୁ ଶସ୍ତା ଏସୟୁଭି ଆଣିବାକୁ ଯାଉଛି । ଏହି ଏସୟୁଭି ଉପରେ କାମ ମଧ୍ୟ ଆରମ୍ଭ ହୋଇଗଲାଣି । ଏହା ସ୍ମାର୍ଟ୍ ଇଭି ପ୍ରୋଜେକ୍ଚ ଆଧାରରେ ତିଆରି କରାଯାଉଛି

ଏହି ମିନି ଇଲେକ୍ଟ୍ରିକ୍ ଏସୟୁଭିର ୯୦ ପ୍ରତିଶତ ଅଂଶ ଭାରତରେ ପ୍ରସ୍ତୁତ ହୋଇଛି । ୨୦୨୩ରେ ଏହି କାର ଲଞ୍ଚ୍ ହୋଇପାରେ ।ଏହି କାର୍‌ର ଦାମ୍ କେତେ ରହିବ ସେନେଇ କିଛି ସୂଚନା ମିଳିପାରି ନାହିଁ । ତେବେ ୧୦ ଲକ୍ଷ ଟଙ୍କା ମଧ୍ୟରେ ଏହାର ଦାମ୍ ରହିପାରେ ବୋଲି ଅନୁମାନ କରାଯାଉଛି । କମ୍ପାନୀ ଏହାକୁ ହ୍ୟୁଣ୍ଡାଇ ଏଏକ୍ସ ନାଁ ଦେଇଛି । ନିକଟରେ ଦକ୍ଷିଣ କୋରିଆରେ ଟେଷ୍ଟିଂ ବେଳେ ଏହାକୁ ପ୍ରଦର୍ଶନ କରାଯାଇଥିଲା ।

ନୂଆ ଅବତାରରେ କୋନା ଇଲେକ୍ଟ୍ରିକ୍

କମ୍ପାନୀ କିଛି ସମୟ ପୂର୍ବରୁ କୋନା ଇଲେକ୍ଟ୍ରିକର ଫେସଲିଫ୍ଟ୍ ଭର୍ସନ ଲଞ୍ଚ୍ କରିଥିଲା । ଅନଗୋଇଂ ମଡେଲ ତୁଳନାରେ ନୂଆ ମଡେଲ୍ ୪୦ ମିମି ଅଧିକ ଲମ୍ବା ଅଟେ । ଏହି କାର୍ ପାଇଁ ୧୬ଟି ରଙ୍ଗର ବିକଳ୍ପ ରହିଛି । ଏହାମଧ୍ୟରୁ ୮ ଟି ନୂଆ ରଙ୍ଗ ରହିଛି ଯାହା ପ୍ରଥମ ଥର ପାଇଁ ଉପଲବ୍ଧ ହେଉଛି ।ଏଥିରେ ୩୯.୨ ଓ ୬୪ କେଡବ୍ଲ୍ୟୁଏଚର ଦୁଇଟି ବ୍ୟାଟେରୀ ଅପସନ୍ ଦିଆଯାଇଛି । ଏହାସହ ୧୩୬ ଏଚପି ଓ ୨୦୪ଏଚପିର ପାଓ୍ୱାର ମିଳୁଛି । ଏହି ଇଲେକ୍ଟ୍ରିକ୍ କାର ଛୋଟ ବ୍ୟାଟେରୀ ସହ ୩୦୫ କିମି ବଡ ବ୍ୟାଟେରୀରେ ୪୮୦ କିମି ଯାଇପାରିବ । ଭାରତରେ ଏହି କାରର ୨୦୧୯ ମଡେଲର ଦାମ୍ ୨୩.୯ ଲକ୍ଷ ଟଙ୍କା ରହିଛି ।

Show More

Related Articles

Back to top button