ଓଡ଼ିଶା

ଧଉଳି ଶାନ୍ତି ସ୍ତୁପରେ ଫାଟ, ଗମ୍ବୁଜରୁ ଝରୁଛି ବର୍ଷାପାଣି

ରକ୍ଷଣା ବେକ୍ଷଣ ଅଭାବରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଯାହାକୁ ନେଇ ଓଡିଶା ବିଶ୍ବ ଦରବାରରେ ପରିଚିତ ସେହି ଧଉଳି ଶାନ୍ତି ସ୍ତୁପ ପ୍ରତି ଏଭଳି ଅବହେଳା ସମସ୍ତଙ୍କୁ ଚକିତ କରିଛି

ଧଉଳି ଶାନ୍ତି ସ୍ତୁପରେ ଫାଟ ସୃଷ୍ଟି ହୋଇଛି । ରକ୍ଷଣା ବେକ୍ଷଣ ଅଭାବରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଯାହାକୁ ନେଇ ଓଡିଶା ବିଶ୍ବ ଦରବାରରେ ପରିଚିତ ସେହି ଧଉଳି ଶାନ୍ତି ସ୍ତୁପ ପ୍ରତି ଏଭଳି ଅବହେଳା ସମସ୍ତଙ୍କୁ ଚକିତ କରିଛି । ଶାନ୍ତି ସ୍ତୁପର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି ।ମୁଖ୍ୟ ସ୍ତୁପରେ ଫାଟ ସୃଷ୍ଟି ହେବା ସହ ଓବାଲ୍ ରେ ମଧ୍ୟ ଫାଟ ସୃଷ୍ଟି ହୋଇଛି । ଶାନ୍ତି ସ୍ତୁପର ପାହାଚ, ଛତରୀ, ଗମ୍ବୁଜ, ଚତୁଃପାର୍ଶ୍ବ କାନ୍ଥ ସବୁଥିରେ ଫାଟ ସୃଷ୍ଟି ହୋଇଛି । ଗମ୍ବୁଜରୁ ବର୍ଷାପାଣି ଝରୁଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ସଜାଗ ହୋଇନାହାନ୍ତି ।

କେବଳ ଅନୁଧ୍ୟାନରେ ହିଁ ଅଟକି ରହିଛି କାର୍ଯ୍ୟକ୍ରମ ।ବେଳ ଥାଉ ଥାଉ ସାବଧାନ ନହେଲେ ଆଗାମୀ ଦିନରେ ଶାନ୍ତିସ୍ତୁପ ପ୍ରତି ବିପଦ ସୃଷ୍ଟି ହୋଇପାରେ । ଏଭଳି ପରିସ୍ଥିତିରେ ଯଦି ରକ୍ଷଣାବେକ୍ଷଣ କରାଯାଇ ମରାମତି କରାନଯାଏ ତେବେ ଆଗାମୀ ପୀଢି ଧଉଳିକୁ କେବଳ ଫଟୋରେ ହିଁ ଦେଖିବେ । କରୋନା ମହାମାରୀ ଯୋଗୁଁ ଦୀର୍ଘ ୮ ମାସ ପର୍ଯ୍ୟନ୍ତ ଧଉଳି ଶାନ୍ତି ସ୍ତୁପ ବନ୍ଦ ହୋଇ ରହିଥିଲା । ଫନି ମହାବାତ୍ୟାରେ ଅଚଳ ହୋଇଯାଇଥିବା ଲାଇଟ୍ ଏବଂ ସାଉଣ୍ଡ ବ୍ୟବସ୍ଥାକୁ ସଜଡା ହୋଇସାରିଛି ।

Show More

Related Articles

Back to top button