Breaking PLUSଦେଶବାଣିଜ୍ୟମୁଖ୍ୟ ଖବର

ଆମ୍ବ ଦର ଆକାଶ ଛୁଆଁ ରହିଛି

ଲେମ୍ବୁ ପରେ ଏବେ ବଜାରରେ ଆମ୍ବ ଦର ଆକାଶ ଛୁଆଁ ରହିଛି ।

ଫଳମାନଙ୍କ ଭିତରେ ଆମ୍ବକୁ ରାଜା ବୋଲି କୁହାଯାଏ । ବିଶେଷକରି ଗ୍ରୀଷ୍ମ ରୁତୁରେ ଆମ୍ବ ପ୍ରଚୁର ପରିମାଣରେ ଫଳିଥାଏ । କିନ୍ତୁ ଚଳିତ ବର୍ଷ ପ୍ରତିକୂଳ ପାଗ ଯୋଗୁଁ ରୁତୁ ଆରମ୍ଭ ହୋଇଥିଲେ ମଧ୍ୟ ଆମ୍ବ ଦର ଆକାଶ ଛୁଆଁ ରହିଛି । ମାର୍ଚ୍ଚ ଓ ଏପ୍ରିଲ ମାସରେ ନିଅଂଟିଆ ବର୍ଷା ଯୋଗୁଁ ଆମ୍ବ ଫସଲ ପ୍ରଭାବତି ହୋଇଛି । ବଜାରକୁ ଆସୁଥିବା ଆମ୍ବରେ ହାତ ମାରି ହେଉନାହିଁ । ଲେମ୍ବୁ ପରେ ଏବେ ବଜାରରେ ଆମ୍ବ ଦର ଆକାଶ ଛୁଆଁ ରହିଛି । ମହାବିଷୁବ ପଣା ସଂକ୍ରାନ୍ତି ପରେ ବଜାରରେ ଆମ୍ବ ଉପଲବ୍ଧ ହୋଇଥାଏ । ଚଳିତ ବର୍ଷ ମାର୍କେଟରେ ଆମ୍ବ ମିଳୁଥିଲେ ମଧ୍ୟ ଏହାର ଦର ଢେର ଅଧିକା ରହିଛି । କଳାହାଣ୍ଡି ଧର୍ମଗଡ଼ରେ ଗତବର୍ଷ ଏହି ସମୟରେ ଆମ୍ବ ଦର ୫୦ରୁ ୬୦ ଟଙ୍କା ଥିବା ବେଳେ ଚଳିତ ବର୍ଷ ୧୦୦ରୁ ୧୮୦ ଟଙ୍କା ଭିତରେ ରହିଛି । ଖୁଚୁରା ବଜାରରେ ବାଇଗଣ ପଲେଇ ଆମ୍ବର ଦର ପାଖାପାଖି ଦେଢଶହ ଟଙ୍କା ଥିବା ବେଳେ ସୁନ୍ଦରୀ ଆମ୍ବର ଦାମ୍ ୧୦୦ ଟଙ୍କା ରହିଛି । ଦର ବୃଦ୍ଧିକୁ ନେଇ ବ୍ୟବସାୟୀ କୁହନ୍ତି ଚଳିତ ବର୍ଷ ଲୋକାଲ ଆମ୍ବ ବାହାରି ନହିଁ । ସ୍ଥାନୀୟ ବଗିଚା ଗୁଡ଼ିକରେ ବିଗତ ବର୍ଷ ଅପେକ୍ଷା ୫୦ ପ୍ରତିଶତରୁ କମ୍ ଆମ୍ବ ଫଳିଛି । ତେବେ ଚଳିତ ବର୍ଷ ଆମ୍ବ ବଉଳ ଆସିବା ସମୟରେ ପ୍ରତିକୂଳ ପାଗ ଓ ଆରମ୍ଭରୁ ଅତ୍ୟଧିକ ତାତି ଯୋଗୁଁ ଆମ୍ବ ଫସଲ ପ୍ରଭାବିତ ହୋଇଛି । ଗତବର୍ଷ କରୋନା କଟକଣା ସତ୍ତ୍ୱେ ଚାଷୀ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରିଥିଲେ । ଚଳିତ ବର୍ଷ ଆମ୍ବ ଚାଷୀଙ୍କ ରୋଜଗାରକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

Show More

Related Articles

Back to top button