Breaking PLUSଖେଳଦେଶମୁଖ୍ୟ ଖବର

ପୁଣି ସିଏସକେର ଅଧିନାୟକ ହେଲେ ଧୋନି

ଆଇପିଏଲ ମଝିରେ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଖବର।

ନୂଆଦିଲ୍ଲୀ: ପୁଣି ଚେନ୍ନାଇ ସୁପର କିଙ୍ଗସ(ସିଏସକେ)ର ଅଧିନାୟକ ହେଲେ ମହେନ୍ଦ୍ର ସିଂହ ଧୋନି। ଆଇପିଏଲ ଖେଳ ମଝିରେ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଖବର। କ୍ରିକେଟର ରବିନ୍ଦ୍ର ଜାଦେଜା ଏକ ବଡ ନିଷ୍ପତ୍ତି ନେଇ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱ ଛାଡିଥିବା ବେଳେ ଧୋନିଙ୍କୁ ଅଧିନାୟକ ପଦକୁ ଫେରିବା ପାଇଁ ନିବେଦନ କରିଥିଲେ। ଏବେ ଧୋନି ଜାଦେଜାଙ୍କ ଆବେଦନକୁ ଗ୍ରହଣ କରି ସିଏସକେର ଅଧିନାୟକତ୍ୱ କରିବାକୁ ରାଜି ହୋଇଥିବା ସୂଚନା ମିଳିଛି।ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଧୋନି ନିଜେ ସିଏସକେର ଅଧିନାୟକ ପଦରୁ ଓହରିବା ପରେ ଜାଦେଜାଙ୍କୁ ଦାୟିତ୍ୱ ଦେଇଥିଲେ । କିନ୍ତୁ ଜାଦେଜାଙ୍କ ନେତୃତ୍ୱରେ ଚଳିତ ଆଇପିଏଲରେ ସିଏସକେ ଭଲ ପ୍ରଦର୍ଶନ କରିପାରି ନଥିଲା । କେବଳ ଏତିକି ନୁହେଁ ଜାଦେଜାଙ୍କ ବ୍ୟାଟିଂ ମଧ୍ୟ ବହୁତ ପ୍ରଭାବିତ ହୋଇଥିବା ଦେଖାଯାଇଥିଲା। ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଜାଦେଜା ଅଧିନାୟକ ପଦରୁ ଓହରିବା ପାଇଁ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଜାଦେଜାଙ୍କ ପଏଣ୍ଟ ଗ୍ରହଣ କରି ଦଳର ସ୍ୱାର୍ଥରେ ଧୋନି ସିଏସକେର ଅଧିନାୟକତ୍ୱକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି।  ଚେନ୍ନାଇ ସୁପର କିଙ୍ଗ୍ସ ଶନିବାର ଏକ ବିବୃତ୍ତିରେ ଜାରି କରି ଏହି ସୂଚନା ଦେଇଛନ୍ତି । ସିଏସକେ ନିଜ ବିବୃତ୍ତିରେ କହିଛନ୍ତି ଯେ, ରବିନ୍ଦ୍ର ଜାଦେଜା ତାଙ୍କ ଖେଳ ଉପରେ ଧ୍ୟାନ ଦେବା ପାଇଁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱ ଗ୍ରହଣ କରିବାକୁ ଏମଏସ ଧୋନିଙ୍କୁ ନିବେଦନ କରିଥିଲେ। ଦଳର ସ୍ୱାର୍ଥରେ ଏମଏସ ଧୋନି ଏହି ଆବେଦନକୁ ଗ୍ରହଣ କରିଛନ୍ତି ଏବଂ ନିଜେ ଅଧିନାୟକତ୍ୱ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

Show More

Related Articles

Back to top button