Breaking PLUSଦେଶମୁଖ୍ୟ ଖବର

ଗିରିଡିହରେ କରମା ପୂଜାରେ ଅଘଟଣ, ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡିଗଲେ ଯୁବକ

ଗିରିଡିହ- ଗିରିଡିହରେ କରମା ପୂଜା ଅବସରରେ ଅଘଟଣ । ଶୋକରେ ବୁଡିଲା ଖୁସିର ମାହୋଲ । କରମା ପୂଜା ପାଇଁ ଫୁଲ ଆଣିବାକୁ ପୋଖରୀକୁ ଯାଇଥିବା ବେଳେ ବୁଡିଯାଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମୁଫ୍ଫସିଲ ଥାନା ଅନ୍ତର୍ଗତ ଗମ୍ଭରାର ବିଜୟ ଯାଦବ ।
ଏଠାରେ ସୂଚନାଯୋଗ୍ୟ, ବିଜୟ ହରିୟାଣାରେ ରହି କାମ କରନ୍ତି । ତେବେ କରମା ପୂଜା ପାଇଁ ସେ ରବିବାର ନିଜ ଗାଁ ଗମ୍ଭରାକୁ ଆସିଥିଲେ । ସୋମବାର ସକାଳେ ଗାଁ ମନ୍ଦିରକୁ ଯାଇଥିଲେ । ତେବେ ଏଠାରେ ଥିବା ପୋଖରୀରୁ ଫୁଲ ଆଣିବାକୁ ଯାଇଥିବା ବେଳେ ପାଣି ଅଧିକ କାରଣରୁ ବୁଡିଯାଇଥିଲେ । ତେବେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ । ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ ।
ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Show More

Related Articles

Back to top button