Breaking PLUSଓଡ଼ିଶାମୁଖ୍ୟ ଖବର

ବିଧାନସଭା ସମ୍ମୁଖରେ ଆଶା କର୍ମୀଙ୍କ ଗର୍ଜନ

ଭୁବନେଶ୍ୱର- ସ୍ଥାୟୀ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ। ଲୋୟର ପିଏମ୍‌ଜିରେ ହଜାର ହଜାର ଆଶାକର୍ମୀ ଆଜି ଧାରଣା ଦେଇଛନ୍ତି। ସ୍ଥାୟୀ ନିଯୁକ୍ତି ସହ ୨୬ ହଜାରକୁ ଦରମା ବୃଦ୍ଧି କରିବା ପାଇଁ ଆଶାକର୍ମୀମାନେ ଦାବି କରୁଛନ୍ତି ।

ପେନ୍‌ସନ୍‌ ୧୦ ହଜାର ଟଙ୍କା ଏବଂ ମୃତ୍ୟୁକାଳୀନ ସହାୟତା ୮ ଲକ୍ଷ ଟଙ୍କା ଦେବାକୁ ଆଶାକର୍ମୀ ଦାବି କରିଛନ୍ତି। ତେବେ ବାରମ୍ବାର ପ୍ରତିବାଦ ଓ ଧାରଣା ପରେ ବି ସରକାର ଶୁଣୁ ନଥିବାରୁ ଆଜି ହଜାର ହଜାର ସଂଖ୍ୟାରେ ଆଶାକର୍ମୀ ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ସରକାରୀ ମାନ୍ୟତା, ସ୍ଥାୟୀ ନିଯୁକ୍ତି, ୨୬ ହଜାର ଟଙ୍କା ଦରମା ଦାବି କରିଛନ୍ତି ଆଶ କର୍ମୀ ।

Show More

Related Articles

Back to top button