Breaking PLUSଓଡ଼ିଶାମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସର୍ବଦା ସିଏମ୍‌ଓ ଦ୍ୱାରା ପରିଚାଳିତ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ସିଏମ୍‌ଓ ଜନଶୁଣାଣି, ହେଲିକପ୍ଟର ଖର୍ଚ୍ଚ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ବିବୃତି ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘କୋଭିଡ଼ ସମୟରେ ଏହି ସମାନ ଟିମ୍‌ ଜିଲ୍ଲା ବୁଲି ତଦାରଖ କରୁଥିଲା। ଅନ୍ୟମାନେ ଘରେ ଥିବା ବେଳେ ସିଏମ୍‌ଓ ଟିମ୍ ଜୀବନକୁ ବାଜି ଲଗାଇ ବୁଲୁଥିଲା।’

‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସର୍ବଦା ସିଏମ୍‌ଓ ଦ୍ୱାରା ପରିଚାଳିତ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀମାନଙ୍କ ଆବଶ୍ୟକତା ନ ଥାଏ। ବିଭାଗୀୟ ମୁଖ୍ୟ ହିସାବରେ ସମସ୍ୟା ସମାଧାନରେ ମନ୍ତ୍ରୀଙ୍କ ଯଥେଷ୍ଟ ଭୂମିକା ରହିଛି’ ବୋଲି ମୁଖ୍ୟମନ୍ତ୍ରୀ ବିବୃତିରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ‘ଯଦି ୫୭ ହଜାର ଆବେଦନକାରୀ ଭୁବନେଶ୍ୱର ଆସିଥାନ୍ତେ, କେତେ ଖର୍ଚ୍ଚାନ୍ତ ହୋଇଥାନ୍ତେ। ସିଏମ୍‌ଓ ସେମାନଙ୍କ ନିକଟକୁ ଯାଇ ସେମାନଙ୍କ ଅର୍ଥବ୍ୟୟକୁ ରୋକି ପାରିଛି’।

Show More

Related Articles

Back to top button