ରାଶିଫଳ

ରାଶି ଅନୁଯାୟୀ ସଂକ୍ରାନ୍ତିରେ କରନ୍ତୁ ଏହି ଜିନିଷଗୁଡିକ ଦାନ, ମିଳିବ ଅଶେଷ ମୂଲ୍ୟବାନ ଜିନିଷ

୧୪ ଜାନୁଆରୀରେ ମକର ସଂକ୍ରାନ୍ତି ସମଗ୍ର ଦେଶରେ ପାଳନ କରାଯିବ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି । ସୂର୍ଯ୍ୟଙ୍କ ଉପାସନା ଦ୍ୱାରା ଗ୍ରହମାନଙ୍କର ଦୁଃଖ ଦୂର ହୁଏ, ଯାହା ଜୀବନରେ ସୁଖ ଏବଂ ପ୍ରଗତି ଆଣିଥାଏ

ଏହା ସହିତ ଚାକିରି ଏବଂ ବ୍ୟବସାୟରେ ସଫଳତା ହାସଲ ହୁଏ । ମକର ସଂକ୍ରାନ୍ତିରେ ଭଗବାନ ସୂର୍ଯ୍ୟଙ୍କୁ ପୂଜା କରିବା ମଧ୍ୟ ଭଲ ସ୍ୱାସ୍ଥ୍ୟର କାରଣ ହୋଇଥାଏ । ମକର ସଂକ୍ରାନ୍ତିରେ ଦାନର ବିଶେଷ ମହତ୍ତ୍ୱ ରହିଛି । ଏହି ଦିନ ରାଶି ଅନୁଯାୟୀ ଦାନ କରିବା ବିଶେଷ ଫଳ ଦେଇଥାଏ । ମକର ସଂକ୍ରାନ୍ତିରେ ରାଶି ଅନୁଯାୟୀ ଦାନ ଆପଣଙ୍କୁ ସମୃଦ୍ଧ ଏବଂ ବର୍ଷସାରା ଖୁସି ରଖିବ । ରାଶି ଅନୁଯାୟୀ ମକର ସଂକ୍ରାନ୍ତିରେ କିଏ କଣ ଦାନ କରିବା ଉଚିତ୍ ଜାଣନ୍ତୁ…

ମେଷ
ମେଷ ରାଶି ଜାତକର ବ୍ୟକ୍ତିମାନେ ମକର ସଂକ୍ରାନ୍ତିରେ ଗାଧୋଇବା ପରେ ଶୁଭ ମୁହୂର୍ତ୍ତରେ ଅଭାବୀ ଲୋକଙ୍କୁ ରେଶମ କପଡା, ଡାଲି, ମିଠା ଭାତ, ରାଶି, ମିଠା, ଖେଚୁଡ଼ି ଏବଂ ପଶମ କପଡା ଦାନ କରିବା ଉଚିତ୍ । ଏହା ଆପଣଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧତା ଆଣିବ ।

ବୃଷ
ମେଷ ରାଶି ଜାତକର ବ୍ୟକ୍ତିମାନେ ମକର ସଂକ୍ରାନ୍ତି ଦିନ ହରଡ଼ ଡାଲିର ଖେଚୁଡ଼ି, କଳା କପଡା, କଳା ରାଶି, କଳା ହରଡ଼, ସୋରିଷ ତେଲ ଦୀନହୀନମାନଙ୍କୁ ଦାନ କରିବା ଉଚିତ । ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ଭଲ ରଖିବ ଏବଂ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦ ଶେଷ ହେବ।

ମିଥୁନ
ଏହି ରାଶିର ଜାତକର ଲୋକମାନେ ମକର ସଂକ୍ରାନ୍ତିରେ ଖେଚୁଡ଼ି, ବେସନର ଲଡ଼ୁ, ସୋରିଷ ତେଲ, କଳା ରାଶି, ହରଡ଼ ଡ଼ାଲି ଏବଂ ଛତା ଦାନ କରିବା ଉଚିତ୍ । ଏହା କରିବା ଦ୍ୱାରା ଆପଣ ଚାକିରି-ବ୍ୟବସାୟରେ ଅପାର ଲାଭ ପାଇବେ ।

କର୍କଟ
ମକର ସଂକ୍ରାନ୍ତିରେ କର୍କଟ ରାଶିର ଲୋକମାନେ ଅଭାବୀ ଲୋକମାନଙ୍କ ମଧ୍ୟରେ କଲା ରଙ୍ଗର ଚଣା ଡ଼ାଲି, କଞ୍ଚା ହଳଦୀ, ହଳଦିଆ କପଡା, କେଶର, ପିତ୍ତଳ ବାସନ, ଫଳ ଏବଂ ଖେଚୁଡ଼ି ଦାନ କରିବା ଉଚିତ୍ । ଏହା କରିବା ଦ୍ୱାରା ଆପଣଙ୍କ ଚାକିରୀରେ ଥିବା ବାଧା ଦୂର ହେବ । ସକାଳ ୮ଟା ସୁଦ୍ଧା ଏହି ଦାନ କରନ୍ତୁ ।

ସିଂହ
ସିଂହ ରାଶିର ବ୍ୟକ୍ତିମାନେ ମକର ସଂକ୍ରାନ୍ତିରେ ସୂର୍ଯ୍ୟୋଦୟ ପରେ ସ୍ନାନ କରିବା ପରେ ନାଲି କପଡା, ମସୁର ଡାଲି, ଖେଚୁଡ଼ି, ରାବିଡି ଏବଂ ତେଲ ଦାନ କରିବା ଉଚିତ୍ । ଏପରି କରିବା ଦ୍ୱାରା ପାରିବାରିକ କଳହ ଦୂର ହେବ । ଯଦି ଆପଣ ଏହି ଦାନକୁ ସକାଳ ୮ଟା ସୁଦ୍ଧା କରନ୍ତି, ତେବେ ଆପଣଙ୍କୁ ବହୁତ ଭଲ ଫଳାଫଳ ମିଳିବ ।

କନ୍ୟା
କନ୍ୟା ରାଶିର ଲୋକମାନେ ଏହି ମକର ସଂକ୍ରାନ୍ତିରେ ସବୁଜ ପୋଷାକ, କଞ୍ଚା ମୁଗ, ସବୁଜ ପନିପରିବା, ବାଦାମ ଏବଂ ଖେଚୁଡ଼ି ଦାନ କରିବା ଉଚିତ୍ । ଯଦି ଆପଣ ଏହି ଦାନକୁ କୌଣସି କିନ୍ନରଙ୍କୁ ଦାନ ଦିଅନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ଫଳ ଦେବ । ଏହା ଦ୍ୱାରା ଆପଣ ଅଟକି ଯାଇଥିବା ଟଙ୍କା ଫେରସ୍ତ ପାଇବେ ।

ତୁଳା
ଏହି ରାଶିର ବ୍ୟକ୍ତିମାନେ ମକର ସଂକ୍ରାନ୍ତି ଦିନ ଧଳା ମିଠା, ଗୋଲାପୀ ରଙ୍ଗର ପୋଷାକ, ମିଶିରି, ଖେଚୁଡ଼ି, ଫଳ ଏବଂ ଗୋଲାପ ଅତର ଦାନ କରିବା ଉଚିତ୍ । ଏହା ସେମାନଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ଆଣିବ ।

ବିଛା
ବିଛା ରାଶିର ଲୋକମାନେ ମକର ସଂକ୍ରାନ୍ତି ଦିନ ଶୁଭ ସମୟରେ ଗରିବଙ୍କ ମଧ୍ୟରେ କମ୍ବଳ, ଖେଚୁଡ଼ି, ମଟର, ଫଳ ଏବଂ ରାଶି-ଗୁଡ଼ ଦାନ କରିବା ଉଚିତ୍ । ଏପରି କରିବା ଦ୍ୱାରା ସେମାନଙ୍କ ଜୀବନରେ ସମୃଦ୍ଧତା ଆସିବା ସହିତ ଚାକିରି-ବାଣିଜ୍ୟରେ ମଧ୍ୟ ଉନ୍ନତି ହେବ ।

ଧନୁ
ମକର ସଂକ୍ରାନ୍ତିରେ ଧନୁ ରାଶିର ଲୋକମାନେ ଗୁଡ଼ାର ଗଜକ, ବାଦାମ, ନାଲି କପଡା, ନାଲି ଚନ୍ଦନ ଏବଂ ତମ୍ବା ବାସନ ଇତ୍ୟାଦି ଅଭାବୀ ଲୋକଙ୍କୁ ଦାନ କରିବା ଉଚିତ୍। ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ଭଲ ରଖିବ । ଏହା ସହିତ, ଚାକିରି-ବାଣିଜ୍ୟରେ ମଧ୍ୟ ଲାଭ ହେବ ।

ମକର
ମକର ରାଶିର ଲୋକମାନେ ଚାଉଳର ଖେଚୁଡ଼ି, କମ୍ବଳ, ଗୁଡ଼ କିମ୍ବା ବାଦାମ ଏବଂ ସବୁଜ ପୋଷାକ ଦାନ କରିବା ଦ୍ୱାରା ବହୁତ ଭଲ ଫଳ ପାଇପାରିବେ । ଏହା ଆପଣଙ୍କ ଜୀବନରେ ଅର୍ଥର ଅଭାବକୁ ଦୂର କରିବ । ଆପଣ ସକାଳ ୯ଟା ପର୍ଯ୍ୟନ୍ତ ଦାନ କରିପାରିବେ ।

କୁମ୍ଭ
ଏହି ରାଶିର ଲୋକମାନେ ଧଳା ଗରମ ପୋଷାକ, ଖେଚୁଡ଼ି ଏବଂ ତେଲ ଦାନ କରିବା ଉଚିତ୍ । ଏହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଘରେ ସୁଖର ବାତାବରଣ ମଧ୍ୟ ରହିବ । ଆପଣ ମଧ୍ୟାହ୍ନ ୧୨ଟା ସୁଦ୍ଧା ଦାନ କରନ୍ତୁ ।

ମୀନ
ମୀନ ରାଶିର ଲୋକମାନେ ମକର ସଂକ୍ରାନ୍ତି ଦିନ ରାଶି, ଗୁଡ଼ ଓ ବାଦାମ ଦାନ ଅବଶ୍ୟ କରିବା ଉଚିତ୍ । ଏହା ଆପଣଙ୍କ ଜୀବନରେ ଚିନ୍ତା ହ୍ରାସ କରିବ ଏବଂ ଧନ ଲାଭ ହେବ । ସକାଳେ ଏହି ଦାନ କରିବା ଦ୍ୱାରା ଆପଣ ଶୁଭ ଫଳାଫଳ ପାଇବେ ।

Show More

Related Articles

Back to top button