Breaking PLUS

ପୁଣିଥରେ ବାପା ହେବାକୁ ଯାଉଛନ୍ତି ମହେନ୍ଦ୍ର ସିଂହ ଧୋନି

ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଆସିଲା ଆଉ ଏକ ବଡ଼ ଖୁସି ଖବର । ପୁଣିଥରେ ବାପା ହେବାକୁ ଯାଉଛନ୍ତି ଧୋନି । ବର୍ତ୍ତମାନ ତାଙ୍କ ପତ୍ନୀ ସାକ୍ଷୀ ସିଂହ ଧୋନି ୪ ମାସର ଗର୍ଭବତୀ ଅଛନ୍ତି ଏବଂ ଖୁବଶୀଘ୍ର ସେ ମା’ ହେବାକୁ ଯାଉଛନ୍ତି । ସାକ୍ଷୀ ଗର୍ଭବତୀ ଥିବା ଖବର ଧୋନିଙ୍କ ଘନିଷ୍ଠ ବନ୍ଧୁ ସୁରେଶ ରାଇନାଙ୍କ ପତ୍ନୀ ପ୍ରିୟଙ୍କା ନିଶ୍ଚିତ କରିଛନ୍ତି ।

ପୂର୍ବରୁ ଧୋନିଙ୍କର ଗୋଟିଏ କନ୍ୟା ସନ୍ତାନ ଜିଭା ରହିଛନ୍ତି । ଜିଭାଙ୍କ ବୟସ ୬ ବର୍ଷ । ଗତକାଲି ଚେନ୍ନାଇ ଆଇପିଏଲ ଟ୍ରଫି ଜିତିବା ପରେ ଜିଭା ଓ ସାକ୍ଷୀ ପଡ଼ିଆ ମଧ୍ୟରେ ଧୋନିଙ୍କ ସହ ମଉଜ କରିଥିଲେ । ଏପରି କି ଚେନ୍ନାଇ ବିଜୟୀରେ ସାକ୍ଷୀ ଖୁସିରେ କାନ୍ଦିବା ସହ ଡ୍ୟାନ୍ସ ମଧ୍ୟ କରିଥିଲେ । ଏବେ ସାକ୍ଷୀଙ୍କୁ ନେଇ ବଡ଼ ଖବର ଆସିଛି ।

ପଡ଼ିଆରେ ଧୋନିଙ୍କ ସହ ଫଟୋ ପୋଜ ଦେଉଥିବା ବେଳେ ସାକ୍ଷୀ ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏହି ଖବର ସୋଶାଲ ମିଡିଆରେ ନିଆଁ ଭଳି ବ୍ୟାପି ଯାଇଥିଲା । ତେବେ ଧୋନି କିମ୍ବା ସାକ୍ଷୀ ଏ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି । କିନ୍ତୁ ରାଇନାଙ୍କ ପତ୍ନୀ ପ୍ରିୟଙ୍କା ହିଁ ସାକ୍ଷୀ ୪ ମାସର ଗର୍ଭବତୀ ଥିବା କହିଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

 

Show More

Related Articles

Back to top button