ଓଡ଼ିଶାବ୍ୟକ୍ତିତ୍ୱମନୋରଞ୍ଜନସେଲିବ୍ରିଟି
ବିଗ୍ ବଜେଟରେ ନିର୍ମାଣ ହେବାକୁ ଯାଉଛି ‘ମହାଭାରତ’,୫ଟି ଭାରତୀୟ ଭାଷା ସହିତ ୧୫ଟି ବିଦେଶୀ ଭାଷା ହେବ ସାମିଲ

ବିଗ୍ ବଜେଟରେ ନିର୍ମାଣ ହେବାକୁ ଯାଉଛି ‘ମହାଭାରତ’ । ବର୍ତ୍ତମାନ ମହାଭାରତ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ନିର୍ମାତା ଫିରୋଜ ନାଦିଆୱାଲା । ଫିଲ୍ମ ପାଇଁ ୭୦୦କୋଟି ବଜେଟ୍ ବ୍ୟୟ କରାଯିବ । ୫ଟି ଭାରତୀୟ ଭାଷା ସହିତ ୧୫ଟି ବିଦେଶୀ ଭାଷା ସାମିଲ ରହିବ । ଏହା ହେଉଛି ପ୍ରଥମ ପ୍ୟାନ୍ ୱାର୍ଲ୍ଡ ହିନ୍ଦୀ ଚଳଚ୍ଚିତ୍ର। ଯାହା ଭାରତର ସବୁଠୁ ବଡ ଚଳଚ୍ଚିତ୍ର ହେବ।
ସୂଚନା ଅନୁଯାୟୀ, ଗତ ୧୩ ବର୍ଷ ଧରି ଫିରୋଜ ଏହି ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତ ହେଉଥିଲେ। ଏହା ହେଉଛି ତାଙ୍କର ଉଚ୍ଚାଭିଳାଷୀ ଏବଂ ଡ୍ରିମ୍ ପ୍ରୋଜେକ୍ଟ। ଏହି ଷ୍ଟାର କାଷ୍ଟରେ କିଛି ବରିଷ୍ଠ ଭାରତୀୟ ଅଭିନେତା ମଧ୍ୟ ସାଇନ୍ କରିବେ। ଟେକନିକାଲ୍ ଟିମରେ ପ୍ରସିଦ୍ଧ ବିଦେଶୀମାନଙ୍କ ନାମ ରହିବ। ଚଳଚ୍ଚିତ୍ରରେ ଆକ୍ସନ୍, ଭିଜୁଆଲ୍ ଇଫେକ୍ଟ ଏବଂ ବ୍ୟାକଗ୍ରାଉଣ୍ଡ ସ୍କୋର ଉପରେ ବିଶ୍ୱ ସ୍ତରୀୟ କାର୍ଯ୍ୟ ରହିବ। ଏଥିପାଇଁ ପଶ୍ଚିମବଙ୍ଗର ଜଣାଶୁଣା କଳାକାରମାନେ ସାମିଲ ହେବେ। ଫିଲ୍ମର ପ୍ରି-ପ୍ରଡକ୍ସନ୍ ଉପରେ ପ୍ରସ୍ତୁତି ଚାଲିଛି।