ଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ଅଭିନେତ୍ରୀ ଅମ୍ରାପଲି ଦୁବେଙ୍କ ଅଳଙ୍କାର ଚୋରି କରିଥିବା ବାପା-ପୁଅଙ୍କୁ ଗିରଫ କଲା ପୋଲିସ

ଅଯୋଧ୍ୟା: ହୋଟେଲ ରୁମରୁ ଅଭିନେତ୍ରୀଙ୍କ ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଚୋରି କରି ନେଇଥିବା ବାପା-ପୁଅଙ୍କୁ ଗିରଫ କରିଛି ପୁଲିସ୍‌। ଏହି ବାପା-ପୁଅ ଯୋଡ଼ି ଭୋଜପୁରୀ ଅଭିନେତ୍ରୀ ଅମ୍ରାପଲି ଦୁବେଙ୍କ ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷକୁ ଗୋଟିଏ ହୋଟେଲରୁ ଚୋରି କରି ନେଇଥିଲେ।

ପୂରା ଘଟଣା ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଘଟିଥିଲା। ଚୋରିକୁ ନେଇ ଅଭିନେତ୍ରୀ ଅଭିଯୋଗ କରିବାର ୧୨ ଘଣ୍ଟା ମଧ୍ୟରେ ପୁଲିସ୍‌ ବାପା-ପୁଅଙ୍କୁ ଗିରଫ କରିଛି। ଅଭିନେତ୍ରୀ ଅମ୍ରାପଲି ଫୈଜବାଦ ସିଟିର ଗୋଟିଏ ଦାମୀ ଓ ପ୍ରସିଦ୍ଧ ହୋଟେଲରେ ରହୁଥିଲେ।

ଏହି ସମୟରେ ତାଙ୍କ ଅଳଙ୍କାର ଓ ଅନ୍ୟ ସବୁ ଜିନିଷପତ୍ର ଚୋରି ହୋଇଯାଇଥିଲା। ଗୁରୁବାର ସେ କୋଟୱାଲି ନଗର ପୁଲିସ୍‌ ପାଖରେ ପହଞ୍ଚି ଅଳଙ୍କାର, ମୋବାଇଲ ଓ ଅନ୍ୟାନ୍ୟ ଜିନିଷକୁ ମିଶାଇ ମୋଟ ୨୫ ଲକ୍ଷ ଟଙ୍କା ହୋଟେଲ ରୁମରୁ ଚୋରି ହୋଇଯାଇଥିବା ଅଭିଯୋଗ କରିଥିଲେ।

ଗୋଟିଏ ଶୁଟିଂ ପାଇଁ ମା’ଙ୍କ ସହ ସେ ଅଯୋଧ୍ୟା ଆସିଥିବା ବେଳେ ହୋଟେଲରେ ରହିଥିଲେ। ତେବେ ସେ ତରବର ଭାବେ ରୁମର ଚାବି ନ ଦେଇ ଶୁଟିଂ କରିବାକୁ ଚାଲି ଯାଇଥିଲେ। ଏହାର ଫାଇଦା ଉଠାଇ ଗିରଫ ବାପା-ପୁଅ ରୁମରେ ପଶି ସବୁ ଜିନିଷ ଚୋରି କରି ନେଇଥିଲେ।

ଶୁଟିଂ ସାରି ଅମ୍ରାପଲି ହୋଟେଲକୁ ଫେରିବା ପରେ ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ। ପୁଲିସ ଏ ସମ୍ପର୍କରେ ଖବର ପାଇବା ପରେ ପ୍ରଥମେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଚୋରି ମାମଲା ରୁଜୁ କରିଥିଲା। ଏହାପରେ ସିସିଟିଭି ଫୁଟେଜକୁ ଯାଞ୍ଚ କରି ୨ ଜଣ ସନ୍ଦଗ୍ଧଙ୍କ ସମ୍ପର୍କରେ ସୂଚନା ପାଇଥିଲା।

ସିସିଟିଭିରୁ ଜଣାପଡ଼ିଥିଲା ଯେ, ୨ ଜଣ(ଗିରଫ ବାପା-ପୁଅ) ଅମ୍ରାପଲିଙ୍କ ରୁମ ଭିତରୁ ଯିବା ସହ ଗୋଟିଏ ବ୍ୟାଗରେ କିଛି ଜିନିଷ ଧରି ବାହାରିଥିଲେ। ଏହାପରେ ବାଦି ବୁଆ କ୍ରସିଂ ଅଞ୍ଚଳରେ ସନ୍ଦିଗ୍ଧଙ୍କୁ ପୁଲିସ୍‌ ଜେରା କରିବା ଆରମ୍ଭ କରିଥିଲା। ଜେରା ବେଳେ ଦୁଇ ସନ୍ଦିଗ୍ଧ ଚୋରି ସମ୍ପର୍କରେ ସ୍ୱୀକାର କରିଥିଲେ।

ଗିରଫ ଦୁଇ ଅଭିଯୁକ୍ତ ହେଲେ ୨୨ ବର୍ଷୀୟ ଗୋପାଳ ଓ ତା’ ବାପା ୪୫ ବର୍ଷୀୟ କୁମାର। ସେମାନଙ୍କ ଘର ତାମିଲନାଡୁର ଭେଲ୍ଲୋର ଅଞ୍ଚଳରେ। ସେମାନଙ୍କ ନିକଟରୁ ଚୋରି ହୋଇଥିବା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି ବୋଲି ପୁଲିସ୍‌ ପକ୍ଷରୁ ଜଣାପଡିଛି।

Show More

Related Articles

Back to top button