ଦେଶ ବିଦେଶ

ମହାଭାରତର ରୋଚକ କଥା : ଆସନ୍ତୁ ଜାଣିବା ପାଣ୍ଡବ ମାନଙ୍କର ଜନ୍ମ ରହସ୍ୟ

ପଞ୍ଚୁ ପାଣ୍ଡବଙ୍କର ଜନ୍ମ ପିତାଙ୍କର ରହିବ ସତ୍ୱେ ମଧ୍ୟ ନାଡ଼ଭୂତ ଭାବରେ ହୋଇଥିଲା l ଥରେ ରାଜା ପାଣ୍ଡୁ ନିଜର ଦୁଇ ପତ୍ନୀ କୁନ୍ତୀ ଓ ମାଡ୍ରିଙ୍କ ସହିତ ବଣକୁ ଗଲେ ମୃଗୟା କରିବା ପାଇଁ l ସେଠାରେ ସେ ଦେଖିଲେ ଗୋଟିଏ ମୃଗ ଓ ମୃଗୁଣୀ ମୈଥୁନରତ ଅଛନ୍ତି , ସେହି ସମୟରେ ସେ ବାଣ ନିକ୍ଷେପ କଲେ

ଏହି ବାଣ ନିକ୍ଷେପ ଦ୍ୱାରା ମୃଗ ଓ ମୃଗୁଣୀ ଆହତ ହୋଇ ଗଲେ l ଆହତ ହେବା ପରେ ସେମାନେ ନିଜର ପୂର୍ବ ରୁପକୁ ଫେରିଲେ ,ଯେଉଁଥିରେ ଦେଖାଗଲା ଯେ ସେମାନେ ରୁଷି ଓ ତାଙ୍କ ପତ୍ନୀ ଅଟନ୍ତି l ସେମାନେ ପଣ୍ଡୁଙ୍କୁ ଅଭିଶାପ ଦେଲେ ଯେ ରାଜନ ତମେ ଯେବେ ବି ମୈଥୁନ ରଥ ରହିବ ସେବେ ତୁମର ମୃତ୍ୟୁ ହୋଇଯିବ l ଏହା କହି ସେମାନେ ମୃତ୍ୟୁ ବାରଣ କରିଥିଲେ l

ଏହି ଅଭିଶାପ ପରେ ପାଣ୍ଡୁ ଅତ୍ୟନ୍ତ ଦୁଖୀ ରହିବାକୁ ଲାଗିଲେ l ସେ ତାଙ୍କ ରାଣୀ ମାନଙ୍କୁ ଡାକି କହିଲେ ମୁଁ ବର୍ତ୍ତମାନ ସମସ୍ତ ଭୋଗ ବିଳାସକୁ ଓ କାମନା ବାସନାକୁ ତ୍ୟାଗ କରି ଏହି ଜଙ୍ଗଲରେ ରହିବି l ତୁମେମାନେ ହସ୍ତିନା ପୁରକୁ ଫେରିଯାଇ ସୁଖ ଓ ଶାନ୍ତିରେ ରୁହ l ତାଙ୍କ କଥାକୁ ଶୁଣି ଦୁଇ ରାଣୀ ଅତ୍ୟନ୍ତ ଦୁଖୀ ହୋଇଗଲେ ଏବଂ କହିଲେ ହେ ସ୍ୱାମୀ ,ଆମେ ଆପଣଙ୍କ ବିନା କ୍ଷଣଟିଏ ହେଲେବି ରହି ପାରିବୁ ନାହିଁ l ଆପଣ ଆମକୁ ଆପଣଙ୍କ ସହିତ ଏଠାରେ ରହିବାକୁ ଆଜ୍ଞା ଦିଅନ୍ତୁ l ପାଣ୍ଡୁ ସେମାନଙ୍କ ଅନୁରୋଧକୁ ସ୍ୱୀକାର କରି ତାଙ୍କୁ ନିଜ ସହିତ ଜଙ୍ଗଲରେ ରହିବ ପାଇଁ ଅନୁମତି ଦେଲେ l ଏହି ସମୟ ମଧ୍ୟରେ ପାଣ୍ଡୁ ଜଙ୍ଗଲରେ ଠାରେ ଦୟାନ କରୁଥିବା ସମୟରେ ଦେଖିଲେ ଅମାବାସ୍ୟା ଦିନ ଋଷିମାନେ ବ୍ରହ୍ମାଙ୍କ ଦର୍ଶନ କରିବାକୁ ଯାଉଛନ୍ତି l

ପାଣ୍ଡୁ ସେହି ରୁଷି ମାନଙ୍କୁ କହିଥିଲେ ମୁଁ ଆପଣ ମାନଙ୍କ ସହିତ ବ୍ରହ୍ମାଙ୍କୁ ଦର୍ଶନ କରିବାକୁ ଯିବି l ଋଷିମାନେ କହିଲେ ହେ ରାଜନ ,କୌଣସି ନିଃସନ୍ତାନ ପୁରୁଷ ବ୍ରହ୍ମ ଲୋକକୁ ଯାଇ ପାରିବ ନାହିଁ ଓ ଆପଣ ଏହି ଅଧିକାରରୁ ବଂଚିତ ହେଲେ l ରୁଷି ମାନଙ୍କର ଏହି କଥାଶୁଣି ଅତ୍ୟନ୍ତ ଦୁଖୀ ହୋଇ ଚିନ୍ତାଗ୍ରସ୍ତ ଥିଲେ l ଏହି ସମୟରେ ତାଙ୍କର ଦୁଇ ରାଣୀ ଏହାର କାରଣ ତାଙ୍କୁ ପଚାରିଥିଲେ l ପାଣ୍ଡୁ କହିଲେ ମୋର ଜନ୍ମନେବା ବ୍ୟର୍ଥ l କାହିଁକି ନା ସନ୍ତାନ ହୀନ ବ୍ୟକ୍ତି ପିତୃ ଋଣ ,ରୁଷି ଋଣ ,ଦେବ ଋଣ ରୁ ମୁକ୍ତି ପାଇପାରେ ନାହିଁ l ଏହି ସମୟରେ କୁନ୍ତୀ ପାଣ୍ଡୁଙ୍କୁ କହିଥିଲେ ହେସ୍ୱାମୀ ,ମତେ ଦୁର୍ବାସା ରୁଷି ଏପରି ଏକ ମନ୍ତ୍ର ପ୍ରଦାନ କରିଛନ୍ତି ଯାହା ଦ୍ୱାରା ମୁଁ ଯେକୌଣସି ଦେବତାକୁ ଆହ୍ୱାନ କରି ମନ ବାଂଛିତ ଫଳ ଲାଭ କରି ପାରିବି l ଆପଣ ମତେ ଆଜ୍ଞା ଦିଅନ୍ତୁ କେଉଁ ଦେବତାଙ୍କୁ ଡାକିବି l ଏହା ପରେ ପାଣ୍ଡୁ ଧର୍ମ ଦେବତାଙ୍କୁ ଅମାତୃତ କରିବାକୁ କହିଲେ ଯାହାଙ୍କ ପାଖରୁ ଯୁଦ୍ଧିଷ୍ଠିରଙ୍କର ଜନ୍ମ ହେଲା l

କିଛି ଦିନ ପରେ ପାଣ୍ଡୁ କୁନ୍ତିଙ୍କ ଵାୟୁଦେବ ଓ ଇନ୍ଦ୍ରଦେବଙ୍କୁ ଆମନ୍ତ୍ରିତ କରିବାକୁ କହିଲେ l ଯାହାଙ୍କ ପାଖରୁ ଭୀମ ଓ ଅର୍ଜୁନ ଜନ୍ମ ହେଲେ l ଏହା ପରେ କୁନ୍ତୀ ମାଦ୍ରୀଙ୍କୁ ମନ୍ତ୍ରଟି ଶିଖାଇ ଦେଲେ l ମାଦ୍ରୀ ଅଶ୍ୱିନୀ କୁମାରଙ୍କୁ ଆମନ୍ତ୍ରିତ କଲେ ଓ ଯାହାଙ୍କ ପାଖରୁ ନକୁଳ ଓ ସହଦେବ ଜନ୍ମ ହେଲେ l ଏହିପରି ଭାବରେ ପଞ୍ଚୁ ପାଣ୍ଡବଙ୍କର ସୃଷ୍ଟି ହୋଇଥିଲା l

Show More

Related Articles

Back to top button