ସ୍ୱାସ୍ଥ୍ୟ

କଞ୍ଚାଲଙ୍କା ଆମ ସ୍ୱାସ୍ଥ୍ୟ ପକ୍ଷ ଅତ୍ୟନ୍ତ ଲାଭ ଦାୟକ ଅଟେ

ଆସନ୍ତୁ ଜାଣିବା ୫ଟି ସ୍ୱାସ୍ଥ୍ୟକର ଫାଇଦା ବିଷୟରେ-

ଖାଇବାକୁ ଚଟପଟା କରିବା ପାଇଁ ଆମେ କଞ୍ଚାଲଙ୍କାର ବ୍ୟବହାର କରିଥାଉ ,କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପକ୍ଷ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ l ଏମିତିରେ ଦେଖିବାକୁ ଗଲେ କଞ୍ଚାଲଙ୍କା ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି ନାହିଁ କିନ୍ତୁ ଆଜି ଆପଣ ଏହାର ଲାଭ ବିଷୟରେ ଜାଣିଲେ ହୁଏତ ଖାଇବାକୁ ଇଛା କରିବେ l କଞ୍ଚାଲଙ୍କାରେ ରହିଥିବା ପୋଷକତତ୍ୱ ଗୁଡିକ ହେଲା ଭିଟାମିନ-ଏ ,ବି-୬ ,ସି ,ଆଇରନ ,କପର ,ପୋଟାସିୟମ ,ପ୍ରୋଟିନ ,କାର୍ବୋହାଇଡ୍ରେଡ଼ ,କେରୋଟିନ ,ଆଣ୍ଟିଆକ୍ସିଡେଣ୍ଟ ଇତ୍ୟାଦି l

* ରୋଗ ପ୍ରତିରୋଧକ ଶକ୍ତି ବଢାଏ -କଞ୍ଚାଲଙ୍କାରୁ ଗୋଟିଏ ମହତ୍ୱ ପୂର୍ଣ୍ଣ ଲାଭ ମିଳିଥାଏ ଯେ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ l ଏକ ଗବେଷଣାରୁ ଜଣ ପଡିଛି ଯେ କଞ୍ଚାଲଙ୍କାରେ ଇମ୍ୟୁନ ସିଷ୍ଟମକୁ ବୁଷ୍ଟ କରିବାରେ କ୍ଷମତା ରହିଛି l କଞ୍ଚାଲଙ୍କାରେ ଭିଟାମିନ-ସି ସହିତ ଭିଟାମିନ-ଏ ରହିଥିବା ହେତୁ ପ୍ରତିରୋଧକ କ୍ଷମତା ସୁଦୃଢ ହୋଇଥାଏ ଓ ଶରୀରକୁ ବିଭିନ୍ନ ସଂକ୍ରମଣରୁ ଦୁରେଇ ରଖିଥାଏ l

* ରକ୍ତ ଚାପକୁ ନିୟନ୍ତ୍ରଣ କରେ – ଉଚ ରକ୍ତଚାପ ଦ୍ୱାରା ଅଧିକାଂଶ ବ୍ୟକ୍ତି ସର୍ବଦା କଷ୍ଟ ପାଇଥାନ୍ତି l କଞ୍ଚାଲଙ୍କା ଉଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ l କଞ୍ଚାଲଙ୍କା ମଣିଷ ଶରୀରର କୋଷିକା ଗୁଡିକରେ ଲିପିଡ଼ କେଟlବଲିଯିମକୁ ବଢାଇବାରେ ସାହାଯ୍ୟ କରିଥାଏ ,ତେଣୁ କଞ୍ଚାଲଙ୍କା ଖାଇବା ଦ୍ୱାରା ଉଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ l

* ଚକ୍ଷୁର ଦୃଷ୍ଟିଶକ୍ତି ବଢ଼ିଥାଏ -ଚକ୍ଷୁକୁ ସୁସ୍ଥ ରଖିବା ପାଇଁ ଭିଟାମିନ ଓ ବିଭିନ୍ନ ଖଣିଜ ତତ୍ତ୍ୱରେ ଭରପୁର ଖାଦ୍ୟପଦାର୍ଥ ସେବନ କରିବା ଆବଶ୍ୟକ l ଆଖି ପାଇଁ ଭିଟାମିନ-ଏ ,ଭିଟାମିନ-ସି ଓ ଭିଟାମିନ-ଇ ସହିତ ଆଣ୍ଟିଆକ୍ସିଡେଣ୍ଟ ଭାବରେ କଞ୍ଚାଲଙ୍କା କାମ କରିଥାଏ l ଏକ ଗବେଷଣାରୁ ଜଣ ପଡିଛି ଯେ ଆଣ୍ଟିଅକ୍ସିଡେଣ୍ଟ ଆଖିର ସୁକ୍ମ କୋଷିକା ଗୁଡିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l କଞ୍ଚାଲଙ୍କାରେ ଏହି ସମସ୍ତ ପୋଷାକ ତତ୍ୱ ଭରିହୋଇ ରହିଛି ତେଣୁ କଞ୍ଚାଲଙ୍କା ଖାଇବା ସ୍ୱାସ୍ଥ୍ୟ ପକ୍ଷ ହିତକର l

* ଜୀବାଣୁ ସଂକ୍ରମଣରୁ ଦୁରେଇ ରଖେ – କଞ୍ଚାଲଙ୍କା ଭୀତମୀ-ସି ଓ ଭିଟାମିନ-ଏ ଭଳି ଆଣ୍ଟିଆକ୍ସିଡେଣ୍ଟରେ ସମୃଦ୍ଧ ଅଟେ l ଯାହା ଶରୀରକୁ ଜୀବାଣୁ ସଂକ୍ରମଣ ପ୍ରଭାବରୁ ମୁକ୍ତ ରଖିବାରେ ସାହାଯ୍ୟ କରିଥାଏ l ଏକ ଗବେଷଣାରୁ ଜଣl ଯାଇଛି ଯେ କଞ୍ଚାଲଙ୍କାରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଛି ,ଯାହା ପେଟକୁ ଅଲସର ହେବାରୁ ଦୁରେଇ ରଖିଥାଏ l ଏହା ସହିତ କଞ୍ଚାଲଙ୍କା ଦୀର୍ଘ ସମୟ ଧରି ଖାଇବା ଦ୍ୱାରା ପେଟରେ କୃମି ହୋଇନଥାଏ l

* ଓଜନ କମାଇବାରେ ସାହାଯ୍ୟ କରେ -କଞ୍ଚାଲଙ୍କାରେ ଅଣ୍ଟିଆକ୍ସିଡ଼େଣ୍ଟର ଗୁଣ ଭରପୁର ମାତ୍ରାରେ ରହିଥାଏ ଏବଂ ଏଥିରେ କୌଣସି କ୍ୟାଲୋରୀ ନଥାଏ l କଞ୍ଚାଲଙ୍କାରେ ମେଟାବୋଲିଜ୍ମ ଅଧିକ ମାତ୍ରାରେ ରହିଥିବା କାରଣରୁ ଓଜନ ନିୟନ୍ତ୍ରଣ ପାଇଁ ସହାୟକ ହୋଇଥାଏ l

Show More

Related Articles

Back to top button