Breaking PLUSଦେଶ ବିଦେଶମୁଖ୍ୟ ଖବର

ଏମଏସ ଧୋନୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ଆମ୍ରପଲୀ ଗ୍ରୁପ ସହ ଚାଲିଛି କୋଟି କୋଟି ଟଙ୍କାର ବିବାଦ

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଆମ୍ରପଲୀ ଗ୍ରୁପ ଏବଂ ଧୋନୀଙ୍କ ମଧ୍ୟରେ ଚାଲିଥିବା ଅର୍ଥ ନେଣଦେଣ ମାମଲା ହାଇକୋର୍ଟରୁ ଯାଇ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ସୋମବାର ଏହା ଉପରେ ସର୍ବୋଚ୍ଚ ଶୁଣାଣି କରିଛନ୍ତି। ଏମଏସ ଧୋନୀଙ୍କୁ ଆମ୍ରପଲୀ ଗ୍ରୁପ ପକ୍ଷରୁ ୧୫୦ କୋଟି ଟଙ୍କା ପାଇବାର ଅଛି। ଆମ୍ରପଲୀ ଗ୍ରୁପ ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ଏହି କେସ୍ ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ଚାଲିଥିଲା। ବିବାଦର ସମାଧାନ ପାଇଁ ଦିଲ୍ଲୀ ହାଇକୋର୍ଟ ଦ୍ଵାରା ଏକ କମିଟି ଗଠନ କରାଯାଇଥିଲା। ଅବସରପ୍ରାପ୍ତ ବିଚାରପତି ବୀଣା ବୀରବଲଙ୍କ ନେତୃତ୍ଵରେ ଗଠିତ ଏହି କମିଟିକୁ ବିବାଦର ସମାଧାନ କରିବାକୁ କୁହାଯାଇଥିଲା। ଯେବେ କମିଟି ଗଠନ କରାଗଲା, ଏହା ପରେ ପୀଡିତଙ୍କ ଦ୍ଵାରା ମାମଲା ସୁପ୍ରିମକୋର୍ଟରେ ଉଠିଥିଲା। ସର୍ବୋଚ୍ଚ ଅଦାଲତରେ ଶୁଣାଣି ସମୟରେ ପୀଡିତଙ୍କ ପକ୍ଷ କହିଥିଲେ ଯେ, ଆମ୍ରପଲୀ ଗ୍ରୁପ ନିକଟରେ ଅର୍ଥର ଅଭାବ ରହିଛି। ତେଣୁ ସେମାନଙ୍କ ଦ୍ଵାରା ବୁକ୍ କରାଯାଇଥିବା ଫ୍ଲାଟ୍ ଏ ଯାଏଁ ମିଳିନି।

ପୀଡିତାଙ୍କ କହିବା କଥା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରା ଯେଉଁ କମିଟି ଗଠନ କରାଯାଇଛି, ମହେନ୍ଦ୍ର ସିଂହ ଧୋନି ନିଜର ମାମଲା ଧରି କମିଟିର ଦ୍ଵାରସ୍ଥ ହୋଇଛନ୍ତି। ଧୋନୀ ଆମ୍ରପଲୀ ଗ୍ରୁପର ବ୍ରାଣ୍ଡ ଆମ୍ବାସଡର ଥିଲେ। ତାଙ୍କୁ ଆମ୍ରପଲୀ ଗ୍ରୁପଠୁ ୧୫୦ କୋଟି ଟଙ୍କା ପାଇବାର ଅଛି। ଏବେ ପୀଡିତଙ୍କ ପକ୍ଷରୁ ଏହି ତର୍କ ଦିଆଯାଇଛି ଯେ, ଯଦି ଆମ୍ରପଲୀ ଗ୍ରୁପ ଧୋନୀଙ୍କୁ ୧୫୦ କୋଟି ଟଙ୍କା ବକେୟା ପୈଠ କରିବ ତେବେ ସେମାନଙ୍କୁ ନିଜର ଫ୍ଲାଟ୍ ମିଳିବ ନାହିଁ। ଏହି ବାବଦରେ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଧୋନୀ ଏବଂ ଆମ୍ରପଲୀ ଗ୍ରୁପକୁ ନୋଟିସ୍ ଜାରି କରିଛନ୍ତି ଏବଂ ନିଜ ପକ୍ଷ ରଖିବାକୁ କହିଛନ୍ତି। କିନ୍ତୁ ସୁପ୍ରିମକୋର୍ଟ ମଧ୍ୟସ୍ଥତା କମିଟିର ଶୁଣାଣି ଏବଂ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇ ନାହାନ୍ତି।

Show More

Related Articles

Back to top button