ଆଜି ପବିତ୍ର ପୌଷ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ପୂଷ୍ୟାଭିଷେକ ନୀତି
ଆଜି ହେଉଛି ପବିତ୍ର ପୌଷ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନନ୍ୟ ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଘିଅ ମିଶ୍ରିତ ୧୦୮ ଗରା ଜଳରେ ସ୍ନାନ ପରେ ଚନ୍ଦନ ଲାଗି ଓ ସ୍ୱତନ୍ତ୍ର ନୀତି କରାଯିବ। ଶ୍ରୀଜିଉ ରତ୍ନସିଂହାସନ ଉପରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ପରିଧାନ କରି ରାଜାରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ
ଆଜି ହେଉଛି ପବିତ୍ର ପୌଷ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନନ୍ୟ ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଘିଅ ମିଶ୍ରିତ ୧୦୮ ଗରା ଜଳରେ ସ୍ନାନ ପରେ ଚନ୍ଦନ ଲାଗି ଓ ସ୍ୱତନ୍ତ୍ର ନୀତି କରାଯିବ। ଶ୍ରୀଜିଉ ରତ୍ନସିଂହାସନ ଉପରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ପରିଧାନ କରି ରାଜାରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଶାସ୍ତ୍ର ଅନୁସାରେ, ମର୍ୟ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ଏହି ଦିନ ୧୪ ବର୍ଷ ବନବାସରୁ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବା ପରେ ରାଜ୍ୟ ଭାର ଗ୍ରହଣ କରିବା ପୂର୍ବରୁ ତାଙ୍କର ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀରାମଙ୍କ ଅବତାର ମଧ୍ୟ କୁହାଯାଏ। ତେଣୁ ଶ୍ରୀମନ୍ଦିରରେ ରାମଙ୍କ ରୂପରେ ଶ୍ରୀଜିଉଙ୍କ ଅଭିଷେକ ନୀତି କରାଯାଇଥାଏ।
ଆଜି ମହାରାଜ ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି, ଶାସ୍ତ୍ରୀୟ ପୂଜା ପରେ ଗଜପତି ମହାରାଜାଙ୍କ ଅଭିଷେକ କରାଯିବ।
ଆଜି ମହୋଦଧି ଆଳତୀ। ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ସ୍ୱାମୀ ନିଶ୍ଚିଳାନନ୍ଦ ସରସ୍ୱତୀ ସନ୍ଧ୍ୟାରେ ମହୋଦଧି ଆଳତୀ କରିବେ।