Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୬୬୬ ଜଣ ନୂଆ ଆକ୍ରାନ୍ତ ରୋଗୀ ଚିହ୍ନଟ

ଦେଶରେ ଧିରେଧିରେ ଦୈନିକ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୧ ହଜାର ୬୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦେଶରେ ଧିରେଧିରେ ଦୈନିକ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୧ ହଜାର ୬୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୧୪ ହଜାର ୩୦୧ ସଂକ୍ରମିତ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୦୭ ଲକ୍ଷ ୦୧ ହଜାର ୧୯୩କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ମୋଟ ସୁସ୍ଥ ହୋଇଛନ୍ତି ୧ କୋଟି ୦୩ ଲକ୍ଷ ୭୩ ହଜାର ୬୦୬ ଆକ୍ରାନ୍ତ । ଏବେ ଦେଶରେ ୧ ଲକ୍ଷ ୭୩ ହଜାର ୭୪୦ ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

ତେବେ ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆଉ ୧୨୩ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଥିଲା ବେଳେ କରୋନା ଜନିତ ମୋଟ୍ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୮୪୭କୁ ବୃଦ୍ଧି ପାଇଛି ।

Show More

Related Articles

Back to top button