Breaking PLUSଦେଶମୁଖ୍ୟ ଖବର

ପଶ୍ଚିମବଙ୍ଗକୁ ଫେରିଲା ଲକଡାଉନ

ପଶ୍ଚିମବଙ୍ଗକୁ ପୁଣି ଫେରିଛି ଲକଡାଉନ । ଦୁର୍ଗାପୂଜା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଏପରି ନିଷ୍ପତ୍ତି ନିଆଯାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗାଣା ଜିଲ୍ଲାର ସୋନାରପୁର ପୌରପାଳିକା ଅଞ୍ଚଳରେ ତିନି ଦିନ ପାଇଁ ଲକଡାଉନ କରିଛନ୍ତି ବେଙ୍ଗଲ ସରକାର । ଏହି ସମୟ ମଧ୍ୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି । ଏଥି ସହ ସୋନାରପୁର ଅଞ୍ଚଳରେ ଏପର୍ଯ୍ୟନ୍ତ ୧୯ଟି ସ୍ଥାନକୁ କଣ୍ଟେଣ୍ଟମେଣ୍ଟ ଜୋନ ମଧ୍ୟ ଘୋଷଣା କରିଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବେଙ୍ଗଲ ସରକାରଙ୍କୁ ଏକ ଚିଠି ଲେଖି ଦୁର୍ଗାପୂଜା ଉତ୍ସବ ପରେ ବେଙ୍ଗଲରେ କରୋନା ମାମଲାରେ ବୃଦ୍ଧି ଘଟିଥିବା ଜଣାଇଛି । ଚିଠିରେ ଆଇସିଏମଆର ଉଲ୍ଲେଖ କରିଛି ଯେ ଦୁର୍ଗାପୂଜା ପରଠାରୁ କୋଲକାତାରେ କରୋନା ମାମଲା ପ୍ରାୟ ୨୫% ପ୍ରତିଶତ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ କେବଳ କୋଲକାତାରେ ୨୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି । ତେବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛିନ୍ତି କି ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇଥିବା ଅଧିକାଂଶ ଲୋକଙ୍କୁ ଟିକାକରଣ କରାଯାଇଛି ବୋଲି ସେ କହିଛନ୍ତି ।

Show More

Related Articles

Back to top button