Breaking PLUSଦେଶ ବିଦେଶମୁଖ୍ୟ ଖବର

ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ତାମିଲନାଡୁ ଲକଡାଉନ

କରୋନାଭାଇରସ୍‌ ସଂକ୍ରାନ୍ତ ସମସ୍ତ କଟକଣାଗୁଡ଼ିକୁ ତାମିଲନାଡୁ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି। ସେଥିପାଇଁ ଅଫିସ୍‌, ଦୋକାନ, ଶିଳ୍ପ ଓ ବ୍ୟାବସାୟିକ ପ୍ରତିଷ୍ଠାନ ସବୁ ପୃଥକ୍‌ ପୃଥକ୍‌ ସମୟ ନିର୍ଘଣ୍ଟରେ ଚାଲିବ।

କରୋନାଭାଇରସ୍‌ ସଂକ୍ରାନ୍ତ ସମସ୍ତ କଟକଣାଗୁଡ଼ିକୁ ତାମିଲନାଡୁ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି। ସେଥିପାଇଁ ଅଫିସ୍‌, ଦୋକାନ, ଶିଳ୍ପ ଓ ବ୍ୟାବସାୟିକ ପ୍ରତିଷ୍ଠାନ ସବୁ ପୃଥକ୍‌ ପୃଥକ୍‌ ସମୟ ନିର୍ଘଣ୍ଟରେ ଚାଲିବ।

କୋଭିଡ୍‌-୧୯ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଚଢ଼ାଉ କରିବା ଲାଗି ସରକାରୀ କର୍ତ୍ତୃପକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି। ସମ୍ପ୍ରତି ‘ମାଇକ୍ରୋ-ଲେଭଲ୍‌’ରେ ଚିହ୍ନିତ ହେଉଥିବା ‘କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌’ଗୁଡ଼ିକରେ ଗୁରୁତ୍ୱର ସହ କଟକଣା ଓ ନିୟମ ପାଳନ କରାଯାଉଛି ବୋଲି ସୁନିଶ୍ଚିତ ହେବାକୁ ପୁଲିସ ଓ ପୌର କର୍ତ୍ତୃପକ୍ଷମାନଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଏହି କଟକଣାଗୁଡ଼ିକ ମଧ୍ୟରେ ରହିଛି ‘ଫେସ୍‌ ମାସ୍କ୍‌’ ବ୍ୟବହାର ଏବଂ ସାମାଜିକ ଦୂରତ୍ୱ ରକ୍ଷା।

ସମସ୍ତ ପ୍ରକାର ଆବଶ୍ୟକ ସତର୍କତା ଅବଲମ୍ବନ କରିବା ନିମନ୍ତେ ରାଜ୍ୟ ସରକାର ୬୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତି, ଭିନ୍ନ ଭିନ୍ନ ଶାରୀରିକ ସମସ୍ୟା ଥିବା ବ୍ୟକ୍ତି, ଅନ୍ତଃସତ୍ତ୍ୱା ମହିଳା ଏବଂ ୧୦ ବର୍ଷରୁ କମ୍‌ ବୟସ୍କ ପିଲାମାନଙ୍କୁ କହିଛନ୍ତି।

Show More

Related Articles

Back to top button