ଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆଜିଠାରୁ ସକାଳୁଆ ସ୍କୁଲ

ଦିନ ୧ଟା ଯାଏଁ ପାଠ ପଢିବେ ଛାତ୍ରଛାତ୍ରୀ

ରାଜ୍ୟରେ ଖରାର ପ୍ରକୋପ ବୃଦ୍ଧି ପାଉଛି । ତାତି ବଢୁଥିବାରୁ ସୋମବାରଠୁ ସକାଳୁଆ ହେବ ସ୍କୁଲ । ସକାଳ ୭ଟାରୁ ଆରମ୍ଭ ହୋଇ ୧ଟା ଯାଏ ଚାଲିବ । ୭ଟାରୁ ୯ଟା ଯାଏ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ହେବ । ସେହିପରି ୯ଟାରୁ ୧ଟା ଯାଏ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ପାଠ ପଢିବେ ।ସକାଳୁଆ ସ୍କୁଲ ହୋଇଥିଲେ ମଧ୍ୟ ଦିନ ଦ୍ୱିପ୍ରହରରେ ସ୍କୁଲ ଛୁଟି ହେବ । ତେବେ ମଧ୍ୟାହ୍ନ ୧ଟାରେ ପିଲାମାନେ ଡହ ଡହ ଖରାରେ ସ୍କୁଲରୁ ଫେରିବେ । ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଶିକ୍ଷକ ଆଉ ଅଭିଭାବକ ।

ସକାଳ ୭ରୁ ୧ଟା ଯାଏ ସ୍କୁଲ ଖୋଲିଲେ ଛାତ୍ରଛାତ୍ରୀ ଅଂଶୁଘାତର ଶିକାର ହେବେ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେକାର ପରିସ୍ଥିତିକୁ ଦେଖି ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇନି । ସକାଳ ସାଢ଼େ ୧୧ଟା ସୁଦ୍ଧା ସ୍କୁଲ ବନ୍ଦ ହେବା ଦରକାର । ସେହିପରି ଏ ସମ୍ପର୍କରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ସରକାରଙ୍କ ଏ ନିଷ୍ପତ୍ତି ଦ୍ୱାରା ମଧ୍ୟାହ୍ନ ୧ଟାରେ ଘରକୁ ଫେରିବା କଷ୍ଟକର ହୋଇପଡ଼ିବ । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବ । ଯଦି କୌଣସି ଛାତ୍ରଛାତ୍ରୀ ଅଂଶୁଘାତର ଶିକାର ହେବେ ତେବେ ଗଣଶିକ୍ଷା ମନ୍ତ୍ରୀ ଦାୟୀ ରହିବେ ବୋଲି ସେ କହିଛନ୍ତି ।

Show More

Related Articles

Back to top button