ଦେଶ ବିଦେଶବାଣିଜ୍ୟ

ମାର୍ଚ୍ଚ ୧ରୁ ବଦଳିଯିବ ବ୍ୟାଙ୍କ ନିୟମ

ଗ୍ୟାସ୍ ସିଲିଣ୍ଡର ଦାମରେ ହେବ ପରିବର୍ତ୍ତନ, ଜାଣନ୍ତୁ ଆଉ କ’ଣ ବଦଳିବ-

ମାର୍ଚ୍ଚ ମାସ ପହିଲାରୁ ବ୍ୟାଙ୍କ କାରବାରରେ କିଛିଟା ପରିବର୍ତ୍ତନ ହେବାକୁ ଯାଉଛି । ବ୍ୟାଙ୍କ ଏବଂ ଅର୍ଥ ନେଣଦେଣ ସହ ଜଡିତ କିଛି ପରିବର୍ତ୍ତନ ହେବା ନେଇ ରିଜର୍ଭ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଜାରି କରାଯାଇଛି । ଗ୍ୟାସ୍‌ ସିଲିଣ୍ଡର ଦାମ ଠାରୁ ଆଣମ୍ଭ କରି ବ୍ୟାଙ୍କର IFSC କୋଡ୍‌ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ପରିବର୍ତ୍ତନ ହେବ । ଯାହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିବ ।

ବ୍ୟାଙ୍କ୍‌ ଅଫ୍‌ ବରୋଦାରେ କଣ ପରିବର୍ତ୍ତନ ହେବ ?

ବ୍ୟାଙ୍କ ଅଫ୍‌ ବରୋଦା ସହିତ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କର ମିଶ୍ରଣ ପରେ ମାର୍ଚ୍ଚ ୧ ତାରିଖରୁ ଉଭୟ ବ୍ୟାଙ୍କ୍‌ର IFSC କୋଡ୍‌ ବଦଳିଯିବ । ଯାହାଫଳରେ ପୁରୁଣା IFSC କୋଡ୍‌ରେ କାରବାର କରିହେବ ନାହିଁ । ଏହା ସହିତ ବ୍ୟାଙ୍କ ଅଫ୍‌ ବରୋଦା କହିଛି ଯେ, ଗ୍ରାହକମାନେ ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା MICR କୋଡ୍‌ ଉର୍ଦ୍ଧିଷ୍ଟ ଚେକ୍‌ ବୁକ୍‌ ପାଇବେ ।

PNB ସହିତ ମିଶ୍ରଣ ବ୍ୟାଙ୍କ ଗୁଡିକର ମଧ୍ୟ ବଦଳିବ IFSC କୋଡ୍‌

ପଞ୍ଚାବ ନେସନାଲ ବ୍ୟାଙ୍କ ମଧ୍ୟ IFSC କୋଡ୍‌ ସହିତ ଜଡିତ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ପଞ୍ଜାବ ବ୍ୟାଙ୍କ ସହିତ ଓରିଏଣ୍ଟେଲ୍‌ ବ୍ୟାଙ୍କ ଏବଂ ୟୁନାଇଟେଡ୍‌ ବ୍ୟାଙ୍କର ମିଶ୍ରଣ ପରେ ଉଭୟ ବ୍ୟାଙ୍କର ପୁରୁଣା ଚେକ୍‌ବୁକ୍‌ ଏବଂ IFSC ଓ MICR କୋଡ୍‌ରେ ପରିବର୍ତ୍ତନ କରିବାକୁ ଯାଉଛି । ଅବଶ୍ୟ ପୁରୁଣା କୋଡ୍‌ ମାର୍ଚ୍ଚ ୩୧ ଯାଏଁ କାର୍ଯ୍ୟକ୍ଷମ ହେବ କିନ୍ତୁ ଏହାରି ମଧ୍ୟରେ ନୂଆ କୋଡ୍‌ ନେଇଯିବାକୁ ଗ୍ରାହକୁ କହିଛି PNB ।

ଗ୍ୟାସ୍‌ ସିଲିଣ୍ଡର ଦାମରେ ହେବ ପରିବର୍ତ୍ତନ

ସରକାରୀ ତୈଳ କମ୍ପାନୀମାନେ ମାସର ପହିଲାରେ ଗ୍ୟାସ୍‌ ସିଲିଣ୍ଡର ଦାମର ସମୀକ୍ଷା କରନ୍ତି ତେଣୁ ମାର୍ଚ୍ଚ ୧ ତାରିଖରୁ ଗ୍ୟାସ୍‌ ସିଲିଣ୍ଡର ଦାମରେ ପରିବର୍ତ୍ତନ ହେବା ନେଇ ଆଶଙ୍କା କରାଯାଉଛି । ସୂଚନାଯୋଗ୍ୟ, ଫେବୃଆରୀ ମାସରେ ତୈଳ କମ୍ପାନୀମାନେ ୩ ଥର ଗ୍ୟାସ୍‌ ସିଲିଣ୍ଡର ଦାମ ବୃଦ୍ଧି କରିଛନ୍ତି ।

ମାର୍ଚ୍ଚ ମାସରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ

ମାର୍ଚ୍ଚ ମାସରେ ମୋଟ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ । ୫ ମାର୍ଚ୍ଚ, ୧୧ ମାର୍ଚ୍ଚ, ୨୨ ମାର୍ଚ୍ଚ, ୨୯ ମାର୍ଚ୍ଚ ଏବଂ ୩୦ ମାର୍ଚ୍ଚ ବ୍ୟାଙ୍କ ଛୁଟି ରହିବ । ଏହା ସହିତ ମାସରେ ୪ ରବିବାର ଏବଂ ୨ ଶନିବାର ବ୍ୟାଙ୍କ ବନ୍ଦ ରହିବ ।

Show More

Related Articles

Back to top button