Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର

ବଜ୍ରପାତରେ ଚାଲିଗଲା ଜୀବନ, ଜଣେ ମୃତ ଜଣେ ଗୁରୁତର

ଭୁବନ : ବଜ୍ରପାତ ନେଇଗଲା ଜୀବନ । ଗ୍ରାମ ମଣ୍ଡପରେ ବସିଥିବା ବେଳେ ହେଲା ବଜ୍ରପାତ। ଏହି ବଜ୍ରପାତରେ ଜଣେ ମୃତ ଜଣେ ଜଣେ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମ ପ୍ରଧାନ ସାହିରେ । ପ୍ରଧାନ ସାହି ମଣ୍ଡପରେ ଲକ୍ଷ୍ମୀଧର ସାହୁ ( କୋଚା ସାହୁ) ୪୫ ବର୍ଷ ଓ ଚିତ୍ରସେନ ସାହୁ ୫୦ ବର୍ଷ ବସିଥିବା ସମୟରେ ବଜ୍ରପାତ ଘଟିଥିଲା । ଦୁହେଁ ମଣ୍ଡପରେ ଗଳିପଡିଲେ । ପରିବାର ଲୋକେ ଘଟଣାସ୍ଥଳରୁ ଦୁହିଁଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ ଭୁବନ ମେଡିକାଲରେ ଭର୍ତ୍ତୀ କରିଥିଲେ । ଡାକ୍ତର ଲକ୍ଷ୍ମୀଧର ସାହୁ ଓରଫ କୋଚାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଚିତ୍ରସେନଙ୍କର ଚିକିତ୍ସା ଚାଲିଥିବା ସୂଚନାମିଳିଛି । ଲକ୍ଷ୍ମୀଧରଙ୍କ ପରିବାର ଲୋକେ ଭୁବନ ଥାନାରେ ଏକ ଅପମୃତ୍ୟୁ ମାମଲା କରିବା ପରେ ମେଡିକାଲରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button