ଦେଶ ବିଦେଶ

ଆସନ୍ତୁ ଜାଣିବା କାହିଁକି ଟ୍ୱିଟରରେ ହଠାତ୍ କମୁଛି ଲୋକଙ୍କ ଫଲୋୟର୍ସ

ଟ୍ୱିଟରରେ ଲୋକଙ୍କ ଫଲୋୟର୍ସ ଭାରତରେ ହ୍ରାସ ପାଉଛି। ଲୋକମାନେ ସେମାନଙ୍କର ଫଲୋୟର୍ସ ହ୍ରାସ ପାଉଥିବାକୁ ନେଇ କ୍ରମାଗତ ଭାବରେ ଟ୍ୱିଟ୍ କରୁଛନ୍ତି ।

କିଛି ୟୁଜର୍ସ କିଛି ମିନିଟରେ ୧୦୦ ରୁ ଅଧିକ ଫଲୋୟର୍ସଙ୍କୁ ହରାଇଛନ୍ତି। କେହି କେହି କହୁଛନ୍ତି ହଠାତ୍ ତାଙ୍କର ହଜାର ହଜାର ଫଲୋୟର୍ସ ହ୍ରାସ ପାଇଛନ୍ତି। ତେବେ ଏପର୍ଯ୍ୟନ୍ତ ଟ୍ୱିଟର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। କିନ୍ତୁ ଏହି ପ୍ଲାଟଫର୍ମକୁ କ୍ଲିନଅପ୍ କରାଯାଉଛି । ଏଥିରେ ବଟ୍ ଏବଂ ଇନଆକ୍ଟିଭ୍ ଆକାଉଣ୍ଟଗୁଡିକ ସସ୍ପେଣ୍ଡ କରାଯାଉଛି। ବଟରୁ ମୁକ୍ତି ପାଇବା ପାଇଁ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମଗୁଡିକ ସମୟ ସମୟରେ ଏହା କରନ୍ତି । ଏଥିରେ, ସେ ୟୁଜର୍ସଙ୍କ ପାସୱାର୍ଡ ଏବଂ ଡିଟେଲ୍ସ ମଝିରେ ମଝିରେ ଭେରିଫାଏ କରନ୍ତି। ଏହା କରିବା ଦ୍ୱାରା ନକଲି ଆକାଉଣ୍ଟକୁ ହଟାଇବାରେ ସାହାଯ୍ୟ ମିଳିଥାଏ। ଚଳିତ ବର୍ଷ ଟ୍ୱିଟର ଥରେ ଏହା କରିଥିଲା, ସେହି ସମୟରେ ୟୁଜର୍ସଙ୍କ ଫଲୋୟର୍ସଙ୍କ ହ୍ରାସ ଘଟିଥିଲା ।

ଜୁନ୍ ମାସରେ ବଲିଉଡ ଅଭିନେତା ଅନୁପମ ଖେର ଟ୍ୱିଟ୍ କରି କହିଥିଲେ, ତାଙ୍କର ୮୦,୦୦୦ ଫଲୋୟର୍ସ ହ୍ରାସ ପାଇଛନ୍ତି। ଏହା ପରେ ଟ୍ୱିଟର କହିଥିଲା ଯେଉଁ ୟୁଜର୍ସଙ୍କୁ ସ୍ପାମରେ ରଖାଯାଇଛି ସେମାନଙ୍କ ପାସୱାର୍ଡ କିମ୍ବା ଫୋନ୍ ନମ୍ବର ନିଶ୍ଚିତ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ଫଲୋୟର ଗଣନାରେ ଅନ୍ତର୍ଭୂକ୍ତ କରାଯିବ ନାହିଁ। ଡିସେମ୍ବର ୧ ରୁ ଟ୍ୱିଟର ଏହାର ବ୍ୟକ୍ତିଗତ ସୂଚନା ସୁରକ୍ଷା ନୀତିରେ ପରିବର୍ତ୍ତନ ଆଣିଛି। ବ୍ୟକ୍ତିଗତ ଭାବରେ ଫଟୋ ଏବଂ ଭିଡିଓ ପରି ମିଡିଆ ଫାଇଲ୍ ସେୟାର କରିବାକୁ ଟ୍ୱିଟର ୟୁଜର୍ସଙ୍କୁ ବାରଣ କରିଛି ​। ବର୍ତ୍ତମାନ ବିନା ଅନୁମତିରେ କେହି ୟୁଜର୍ସଙ୍କୁ ମିଡିଆ ଫାଇଲ୍ ପଠାଇ ପାରିବେ ନାହିଁ । ଏହା ବ୍ୟତୀତ ଟ୍ୱିଟର ସେନ୍ସେଟିଭ୍ ଇମ୍ଫର୍ମେସନ୍ ଯେପରିକି ଘର ଠିକଣା, ଡକ୍ୟୁମେଣ୍ଟ ଚିହ୍ନଟ ଏବଂ ଯୋଗାଯୋଗ ସୂଚନା ରଖୁଥିବା ମିଡିଆ ଫାଇଲ୍ସକୁ ବ୍ୟାନ କରିଛି।

Show More

Related Articles

Back to top button