ଦେଶ ବିଦେଶମୁଖ୍ୟ ଖବର

ଭୟ ବଢାଇଲା ଓମିକ୍ରନ୍

ଦକ୍ଷିଣ ଆଫ୍ରିକା ଫେରନ୍ତା ଗୋଟିଏ ପରିବାରର ୪ ବ୍ୟକ୍ତି କୋଭିଡ ପଜିଟିଭ୍

ଭାରତରେ ଓମିକ୍ରନ ଚିହ୍ନଟ ପରେ ସବୁଠି ଭୟର ବାତାବରଣ ଖେଳିଯାଇଛି । ଏହାରି ଭିତରେ ରାଜସ୍ଥାନର ଜୟପୁରରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଚାରିଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି । କୁହାଯାଉଛି ଯେ ପରିବାରର ୯ ଜଣ ସଦସ୍ୟ ୨୫ ନଭେମ୍ବରରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ପରିବାର ସଦସ୍ୟଙ୍କ ମଧ୍ୟରୁ ୮ ବର୍ଷ ଓ ୧୫ ବର୍ଷ ବୟସର ଦୁଇ ଝିଅ ଏବଂ ସେମାନଙ୍କ ପିତାମାତା ରହିଛନ୍ତି ।

ସବୁଠାରୁ ବଡ ଚିନ୍ତାର ବିଷୟ ହେଉଛି, ଏହି ଲୋକମାନଙ୍କ ସହିତ ଯୋଗାଯୋଗ କରିଥିବା ୧୨ ଜଣଙ୍କ ମଧ୍ୟରୁ ୫ ସଦସ୍ୟ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି । ଓମିକ୍ରନର ପ୍ରଥମ ମାମଲା ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଥିଲା । ଓମିକ୍ରନକୁ ଦୃଷ୍ଟିରେ ରଖି ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ଅଲଗା ରଖାଯାଇଛି । ସମସ୍ତଙ୍କର ଜେନୋମ କ୍ରମ ଟେଷ୍ଟ ହୋଇଛି । ଏଯାଏଁ ରିପୋର୍ଟ ଆସିନି, ସେମାନେ ଓିମିକ୍ରନ ସଂକ୍ରମିତ କି ନାହିଁ । ରିପୋର୍ଟ ଆସିବା ପରେ ହିଁ ଏହା ନିଶ୍ଚିତ ହେବ, କେଉଁ ସଂକ୍ରମିତ ହୋଇଛନ୍ତି କି ନାହିଁ । ତଥାପି, ସମସ୍ତ ବୟସ୍କମାନେ ଟିକାକରଣର ଉଭୟ ମାତ୍ରା ଗ୍ରହଣ କରିଛନ୍ତି । ତେବେ ଏମାନେଙ୍କ ଠାରେ ଲକ୍ଷଣ ସେମିତି କିଛି ପରିଲକ୍ଷିତ ହୋଇନି ।

Show More

Related Articles

Back to top button