Breaking PLUSଦେଶ ବିଦେଶମୁଖ୍ୟ ଖବର

ଆସନ୍ତୁ ଜାଣିବା କାହିଁକି କୋଭିଡ ମୁକାବିଲାରେ ଅସଫଳ ଚୀନ ?

କାମ ଦେଉନି ଚୀନର କୋଭିଡ ଟୀକା !

କରୋନା ଭୁତାଣୁ ସଂକ୍ରମଣ ବର୍ତ୍ତମାନ ଅଧିକାଂଶ ଦେଶରେ ନିୟନ୍ତ୍ରଣାଧୀନ ରହିଛି। ଚୀନରେ କିନ୍ତୁ ଏହି ସଂକ୍ରମଣ କମିବା ବଦଳରେ ବଢ଼ିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସେଠାରେ ପ୍ରଶାସନକୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ପ୍ରତ୍ୟକ ଦିନ ଚୀନରେ ସଂକ୍ରମଣ ମାମଲା ବଢ଼ୁଥିବା ଦେଖାଯାଇଛି । ଚୀନରେ ବର୍ତ୍ତମାନ ସମୟରେ ଉପୁଜିୁଥିବା ସଙ୍କଟ ପାଇଁ ଦୁଇଟି କାରଣ ଦାୟି । ପ୍ରଥମ ହେଉଛି ବେଜିଙ୍ଗର ଜିରୋ କୋଭିଡ ପଲିସିର ଅସଫଳତା ଓ ଦ୍ୱିତୀୟ ହେଉଛି କରୋନା ଭୁତାଣୁ ବିରୋଧର ଚୀନର କୋଭିଡ ଟୀକା ପ୍ରଭାବହୀନ ସାବ୍ୟସ୍ତ ହେବା। କୋଭିଡ ବିରୋଧରେ ଲଢ଼ିବା ଓ ଦେହରେ ଆଣ୍ଟିବଡି ତିଆରି କରିବା ପାଇଁ ଚୀନ ପ୍ରଥମେ ‘ସିନୋ ଭାକ’(SinoVac) ଓ ‘ସିନୋ ଫାର୍ମ’(SinoPharm) ନାମକ ଦୁଇଟି କୋଭିଡ ନିରୋଧି ଟୀକାକୁ ବିକସିତ କରିଥିଲା । ଚୀନ ଏହି ଟୀକାକୁ ବିଭିନ୍ନ ଦେଶକୁ ରପ୍ତାନି କରିବା ସହିତ ଅନେକ ଗରିବ ଦେଶକୁ ମଧ୍ୟ ଦାନ କରିଥିଲା । ସମୟ ଅନୁସାରେ ଏହା କୋଭିଡ ସଂକ୍ରମଣ ରୋକିବାରେ ଫଳପ୍ରଦ ନୁହେଁ ବୋଲି ଅଭିଯୋଗ ହୋଇଥିଲା । କିନ୍ତୁ ଚୀନ ସେହି ସମୟରେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା ।

ପରେ ଅନେକ ଦେଶ କରୋନା ବିରୋଧରେ ଅତିରିକ୍ତ ଡୋଜ ବା ବୁଷ୍ଟର ଡୋଜ ଟୀକାକରଣ ଆରମ୍ଭ କରିଥିଲେ। ଯେଉଁମାନେ କୋଭିଡ ଟୀକାର ଦୁଇଟି ଡୋଜ ନେଇସାରିଥିଲେ ସେମାନଙ୍କୁ ଏହି ଟୀକାକରଣ କରାଯାଇଥିଲା ।ଡିସେମ୍ବର ମାସ ଶେଷ ବେଳକୁ ଯେତେବେଳେ କରୋନାର ନୂଆ ଭୁତାଣୁ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲା ସେତେବେଳେ ଚୀନର ସିନୋଭାକ ଟୀକା ଏହାକୁ ମୁକାବିଲା କରିବାରେ ବିଫଳ ହୋଇଥିଲା । ହଂକଂ ବିଶ୍ୱବିଦ୍ୟାଳୟ ତରଫରୁ କରାଯାଇଥିବା ଅଧ୍ୟୟନରୁ ଜଣା ପଡ଼ିଛି ଯେ ସିନୋଭାକ ଟୀକା ଦେହରେ ଆଣ୍ଟିବଡି ତିଆରି କରିବାରେ ଅସଫଳ ହୋଇଛି । ଯେଉଁ ଲୋକମାନେ କୋଭିଡ ଟୀକାର ଦୁଇଟି ଡୋଜ ନେଇସାରିଥିଲେ ସେମାନଙ୍କୁ କୋଭିଡ ସଂକ୍ରମଣରୁ ସୁରକ୍ଷା ଦେବାରେ ଏହି ଟୀକା ବିଫଳ ହୋଇଥିଲା । ଏକ ସରକାରୀ ରିପାର୍ଟ ଅନୁସାରେ ୮୦ ବର୍ଷରୁ ଅଧିକ ତିନି ପ୍ରତିଶତ ଲୋକଙ୍କର ମୃତ୍ୟୁ ଚୀନ ଟୀକା ‘ସିନୋଭାକ’ର ଦୁଇଟି ଟୀକା ନେବା ପରେ ହୋଇଛି। ସିନୋଭାକର ଗୋଟିଏ ଡୋଜ ନେଇଥିବା ଲୋକଙ୍କର ମୃତ୍ୟୁହାର ୬ ପ୍ରତିଶତ ରହିଛି । ଚୀନ ରାଷ୍ଟ୍ରୀୟ ସ୍ୱସ୍ଥ୍ୟ ଆୟୋଗର ଏକ ରିପୋର୍ଟରୁ ଜଣାପଡ଼ିଛିକି ଏହି କାରଣରୁ ଲ୍ୟୁକୋମିଆ ରୋଗ ଅଧିକ ବଢ଼ିବାରେ ଲାଗିଛି । ଚୀନର ଟୀକା ଏବେ ପ୍ରଭାବହୀନ ହୋଇଥିବାରୁ ସଂକ୍ରମଣ ବଢ଼ିବା ସହିତ ପରିସ୍ଥିତି ସେଠାରେ ଅଣାୟତ୍ତ ହୋଇପଡ଼ିଛି । ସେଠାରେ ଏବେ ତାଲାବନ୍ଦ ଛଡ଼ା ଅନ୍ୟ କୌଣସି ଉପାୟ ବଞ୍ଚିନାହିଁ। ସେଠାରେ ଏବେ ବଡ଼ ସହରକୁ ବନ୍ଦ କରିଦିଆଯିବା ସହିତ ଲୋକମାନଙ୍କୁ କେବଳ ଘରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନ ବଜାର ବନ୍ଦ ରହିବା ସହିତ ଯୋଗାଣ ପ୍ରକ୍ରିୟାକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଏହାଦ୍ୱାରା ଲୋକମାନଙ୍କ ଜୀବନ ଶୈଳି ବହୁତ ପ୍ରଭାବିତ ହୋଇଛି। ଏବେ ସେଠାରେ କୋଭିଡ ସଂକ୍ରମଣ ହାର ବଢ଼ୁଥିବାରୁ ଚୀନର ବିଭିନ୍ନ ପ୍ରମୁଖ ସହରରେ ତାଲାବନ୍ଦ କରି ଦିଆଯାଇଛି ।

Show More

Related Articles

Back to top button