ଜୀବନଚର୍ଯ୍ୟା

ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ପ୍ରକାର ନାରୀମାନେ ଭାଗ୍ୟଶାଳୀ ଅଟନ୍ତି

ହିନ୍ଦୁ ଧର୍ମ ଅନୁସାରେ ସମସ୍ତ ବ୍ୟକ୍ତି ଶାସ୍ତ୍ର ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି ଓ ଶାସ୍ତ୍ର କଥା ମାନିଥାନ୍ତି l ଯଦି କୌଣସି କଥାର ମହତ୍ୱ ରହିଥାଏ ତେବେ ତାହାକୁ ମାନିବାକୁ ଚେଷ୍ଟା କରିଥାନ୍ତି l ଶାସ୍ତ୍ର ରେ କିଛି ଏପରି କଥା ମଧ ରହିଥାଏ ଯାହାକୁ ଆମେ ଜାଣି ନଥାଉ l ଏହି ପ୍ରକାର ଶାସ୍ତ୍ର ମାନଙ୍କ ମଧ୍ୟରେ ଗୋଟିଏ ହେଉଛି ସମୁଦ୍ର ଶାସ୍ତ୍ର l ଯେଉଁଥିରେ ଆମ ଜୀବନ ବିଷୟରେ ବହୁତ ଗୁଡିଏ ତଥ୍ୟ କୁହାଯାଇଛି

ନାରୀ ଓ ପୁରୁଷ ଉଭୟ ଏଇ ସଂସାରର ଦୁଇଟି ପାର୍ଶ୍ୱ ଅଟନ୍ତି , ଦୁଇଜଣଙ୍କ ବିନା ଏହି ସଂସାର ରଥ ଗଡ଼ିବା ଅସମ୍ଭବ l ସଂସାର ସୃଷ୍ଟି ହେବା ଦିନରୁ ଉଭୟଙ୍କୁ ଖୁବ ଗୁରୁତ୍ୱ ଦିଆଯାଇଛି l ଗୋଟିଏ ପୁରୁଷର ନାରୀ ବିନା ଚଳିବା ଅସମ୍ଭବ ,ସେହିପରି ଗୋଟିଏ ନାରୀର l ସମୁଦ୍ର ଶାସ୍ତ୍ରରେ ନାରୀ ମାନଙ୍କ ସ୍ଵଭାଵ ବିଷୟରେ ନିଖୁଣ ଭାବରେ କୁହାଯାଇଛି l କାରଣ ସେ ଘରର ସମସ୍ତ ଦେଖାଶୁଣା କରିଥାଏ ନାରୀ ମାନଙ୍କୁ ପାଞ୍ଚଟି ଭାଗରେ ବିଭକ୍ତ କରାଯାଇଛି ଯେପରିକି –

୧ . ପଦ୍ମିନୀ ,୨ .ସଂଖିନି ,୩ .ଚିତ୍ରିଣି ,୪ .ହସ୍ତୀନି ,୫ .ପୂଞ୍ଚସଳି l

ପଦ୍ମିନୀ -ସମୁଦ୍ର ଶାସ୍ତ୍ର ଅନୁସାରେ ଏହି ଜାତିଆ ନାରୀମାନେ ସୁଶୀଳା ,ଧର୍ମ ବିଶ୍ୱାସୀ ,ମତ ପିତା ପ୍ରେମୀ ଓ ଅତ୍ୟନ୍ତ ସୁନ୍ଦର ଅଟନ୍ତି l ଏହି ସ୍ତ୍ରୀ ମାନେ ପତିବ୍ରତା ହୋଇଥାନ୍ତି l ସେ ନିଜର ମନର କଷ୍ଟ ସହଜରେ କାହା ଆଗରେ ପ୍ରକାଶ କରନ୍ତି ନାହିଁ l ସେମାନଙ୍କୁ ନାଲି ରଙ୍ଗର ବସ୍ତ୍ର ଅଧିକ ପସନ୍ଦ ହୋଇଥାଏ l ପୁରୁଷ ପାଇଁ ଭାଗ୍ୟଶାଳୀ ଅଟନ୍ତି l

ସଂଖିନି -ଏହି ନାରୀମାନେ କ୍ରୋଧୀ ହୋଇଥାନ୍ତି ହୋଇଥାନ୍ତି l ପ୍ରାୟ ଅଧିକାଂଶ ସମୟ ଅପ୍ରସନ୍ନ ରହିଥାନ୍ତି l ଏହି ପ୍ରକାର ନାରୀମାନେ ଦୟା ପ୍ରଦାୟିନୀ ହୋଇନଥାନ୍ତି l ଏମାନେ ଚୁଗୁଲିଆ ସ୍ୱଭାବର ହୋଇଥାନ୍ତି l ଏମାନେ ସ୍ୱର୍ତ୍ତାପର ଭାବରେ ସର୍ବଦା ନିଜ କଥା ଚିନ୍ତା କରିଥାନ୍ତି ଓ ନିଜ ଇଛା ଅନୁସାରେ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି l

ହସ୍ତୀନି -ଏପରି ନାରୀମାନେ ହାସମୁଖୀ ହୋଇଥାନ୍ତି ,କିନ୍ତୁ ସେମାନଙ୍କ ସ୍ଵଭାଵ ସର୍ବଦା ବଦଳି ଥିବାର ଦେଖାଯାଇଥାଏ l ବେଳେବେଳେ ଅଧିକ କ୍ରୋଧିତ ମଧ୍ୟ ହୋଇଯାଇଥାନ୍ତି l ଆଉ ଏମାନେ ଅଳସୁଆ ମଧ୍ୟ ହୋଇଥାନ୍ତି l ଏମାନଙ୍କ ପାଦର ଆଙ୍ଗୁଠି ଟେଢା ମେଢ଼l ହୋଇଥାଏ l ଏହିଭଳି ନାରୀମାନେ ଯେଇଁ ଯୁବକକୁ ବିଭାହ କରନ୍ତି ସେମାନେ ଅତ୍ୟନ୍ତ ଗୁଣଵାନ ହୋଇଥାନ୍ତି l

ଚିତ୍ରିଣି – ଏହି ଭଳି ନାରୀମାନେ ସମସ୍ତଙ୍କୁ ପ୍ରେମ କରିଥାନ୍ତି ତା ସହିତ ପତିବ୍ରତା ମଧ୍ୟ ହୋଇଥାନ୍ତି l ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି l ଯେଉଁ କାମରେ ହାତ ଲାଗନ୍ତି ତାହାକୁ ପୁରା କରନ୍ତି l ଏମାନେ ଯେଉଁ ଘରକୁ ଯାଆନ୍ତି ସେହି ଘରର ଭାଗ୍ୟ ଖୋଲି ଯାଇଥାଏ l ଏମାନେ ପୂଜା ପାଠ କରିବାକୁ ପସନ୍ଦ କରିଥାନ୍ତି l

ପୁଂଛଳି -ଏହି ପ୍ରକାର ନାରୀମାନେ ମନକୁ ଯାହା ଆସେ କହି ଦିଅନ୍ତି ଓ ସର୍ବଦା ଅପ୍ରିୟ ସତ୍ୟ କହିଥିବା ହେତୁ ନିଜ ପରିବାରର ଦୁଃଖର କାରଣ ଅଟନ୍ତି l ଯେଉଁ କାରଣରୁ ଏମାନଙ୍କ ଘରେ ସର୍ବଦା କ୍ଳେଶ ଲାଗି ରହିଥାଏ ସମସ୍ତଙ୍କ ସହିତ ମନାନ୍ତର ଚାଲିଥିବା କାରଣରୁ ଏମାନେ କାହାରି ସହିତ ଖୁସି ରହି ପାରନ୍ତି ନାହିଁ l

Show More

Related Articles

Back to top button