ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା କଣ ରହିଛି ଇଟ୍‌ଲି ଦୋଷା ଖାଇବାର ଜବରଦସ୍ତ ଫାଇଦା

ଜାଣିଲେ ନିୟମିତ ଖାଦ୍ୟରେ କରିବେ ସାମିଲ

ପ୍ରାୟ ସମୟ ଆମେ ଜଳଖିଆରେ ଇଟଲି, ଦୋଷା ଖାଇବାକୁ ପସନ୍ଦ କରୁ। ଏହା ଦକ୍ଷିଣ ଭାରତୀୟ ଖାଦ୍ୟ ଭାବେ ପ୍ରସିଦ୍ଧ । ଏହା ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ହୋଇଥାଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଦକ୍ଷିଣ ଭାରତୀୟ ଖାଦ୍ୟ ବହୁତ ଲାଭଦାୟକ ହୋଇଥାଏ। ଇଟଲି ଓ ଦୋଷା ତିଆରି କରିବା ସମୟରେ ଇଷ୍ଟ ବ୍ୟବହାର କରାଯାଏ। ଇଷ୍ଟରେ ଉପକାରୀ ବ୍ୟାକ୍ଟେରିଆ ଥାଆନ୍ତି । ଏହାର ବହୁତ ଲାଭଦାୟୀ ଗୁଣ ରହିଛି । ଏଭଳି ଖାଦ୍ୟକୁ ପ୍ରୋବାୟୋଟିକ ଖାଦ୍ୟ କୁହାଯାଏ। ଏହା ଆମ ପାଇଁ ବହୁତ ଲାଭ ଦେଇଥାଏ। କରୋନା ସଂକ୍ରମଣରୁ ସୁସ୍ଥ ହେବାପାଇଁ ଡାକ୍ତରମାନେ ପ୍ରୋବାୟୋଟିକ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦେଉଛନ୍ତି । ଆସନ୍ତୁ ଜାଣିବା ପ୍ରୋବାୟୋଟିକ ଖାଦ୍ୟ କଣ ଓ ଏହା ଖାଇବାର ଉପକାରିତା ବିଷୟରେ

ଏହି ଖାଦ୍ୟ ଆମ ହଜମ ପ୍ରକ୍ରିୟାକୁ ସ୍ୱାଭାବିକ ରଖିବା ସହିତ ଡାଇରିଆ ରୋଗରୁ ସୁରକ୍ଷା ଦେଇଥାଏ। ମହିଳାମାନଙ୍କ ପାଇଁ ଏହା ବହୁତ ଫଳପ୍ରଦ ହୋଇଥାଏ । ଏହା ଭେଜାଇନାଲ ଓ ୟୁରିନାରି ଟ୍ରାକକୁ ସୁସ୍ଥ ରଖିଥାଏ।

ପ୍ରୋବୟୋଟିକ ଖାଦ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ବିଭିନ୍ନ ପ୍ରକାର ଏଲର୍ଜିରୁ ରକ୍ଷା କରିଥାଏ। ଅଧିକ ଆଣ୍ଟିବାୟୋଟିକ ଔଷଧ ଖାଇବା ଦ୍ୱାରା ହେଉଥିବା ପାର୍ଶ୍ୱ ପ୍ରତିକ୍ରିୟାରୁ ପ୍ରୋବାୟୋଟିକ ଖାଦ୍ୟ କମ କରିଥାଏ।

ପେଟ ଭଲ ରଖିବା ପାଇଁ ବିଦେଶରେ ଲୋକମାନେ ପ୍ରୋବାୟୋଟିକ ସପ୍ଲିମେଣ୍ଟ ଖାଇଥାଆନ୍ତି । ଏବେ ଭାରତରେ ମଧ୍ୟ ଏହି ଢାଞ୍ଚା ବଢ଼ିବାରେ ଲାଗିଛି। କିନ୍ତୁ ନିୟମ ଅନୁସାରେ ବଜାରରେ ମିଳୁଥିବା ସପ୍ଲିମେଣ୍ଟ ଠାରୁ ଭାରତୀୟ ଖାଦ୍ୟ ଖାଇବା ଦ୍ୱାରା ଅଧିକ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ପ୍ରାକୃତିକ ପ୍ରୋବାୟୋଟିକ୍ସ ପାଇଁ ଆପଣ ନିୟମିତ ଖାଦ୍ୟରେ ଦହି, ପନୀର, ଇଟଲି, ଦୋଷା ଓ ବଟରମିଲ୍କ ସାମିଲ କରିପାରିବେ।

Show More

Related Articles

Back to top button