ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ଆଣ୍ଠୁଗଣ୍ଠି ସମସ୍ୟା ଥିଲେ କେଉଁସବୁ ସମସ୍ୟାଠାରୁ ଦୂରେଇ ରହିବା ଆବଶ୍ୟକ

ଆଜିକାଲି ଆଣ୍ଠୁଗଣ୍ଠି ସମସ୍ୟା ଏକ ସାଧାରଣ ସମସ୍ୟା l ଏହା କେବଳ ବୟସ୍କ ଲୋକଙ୍କ ପାଖରେ ସୀମିତ ହୋଇ ନାହିଁ ,ଏହା ଧୀରେ ଧୀରେ ଯୁବ ପିଢିଙ୍କ ଆଡକୁ ମୁହାଁଇବରେ ଲାଗିଛି l ସେଥିପାଇଁ କେବଳ ଆମର ଦୈନଦିନ ଜୀବନ ଚର୍ଯ୍ୟା ଦାୟୀ ଅଟେ

ଯାହା ଯୋଗୁ ଆମେ ଠୀକ ସମୟରେ ଖାଇ କିମ୍ବା ସୋଇ ପାରୁନାହୁଁ l ତା ସହିତ ଆମେ ବ୍ୟାୟାମ ମଧ୍ୟ କରୁ ନାହୁଁ l ଏହି ରୋଗର କଷ୍ଟରୁ ନିଜକୁ ଦୁରେଇ ରଖିବା ପାଇଁ ଏମିତି କିଛି ଜିନିଷ ମଧ୍ୟ ଅଛି ଯାହାକୁ ଆଣ୍ଠୁଗଣ୍ଠି ରୋଗୀ ଖାଇବା ଉଚିତ ନୁହେଁ ,ଆଉ କିଛିଟା ଜିନିଷକୁ ଅଳ୍ପ ମାତ୍ରାରେ ଖାଇବା ଉଚିତ l

* ଆଇସ୍କ୍ରିମ -ଅସ୍କ୍ରିମରେ ଅଧିକ ପରିମାଣରେ ସାଚୁରେଟେଡ଼ ଫ୍ୟାଟ ରହିଥିବା ହେତୁ ଏହା ଗଣ୍ଠି ଗୁଡିକୁ ଫୁଲାଇବା ସହିତ ଯନ୍ତ୍ରଣା ଦେଇଥାଏ l ତେଣୁ ଏହାକୁ ଆଦୌ ଖାଇବା ଉଚିତ ନୁହେଁ l

* ଲୁଣ -ଯଦି ଆପଣ ନିଜ ଖାଦ୍ୟରେ ଅଧିକ ପରିମାଣରେ ଲୁଣ ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ l ଲୁଣ ରକ୍ତଚାପ ବଢାଇବା ସହିତ ଥାଇରଏଡ଼ କାରଣ ମଧ୍ୟ ହୋଇଥାଏ l ଲୁଣ ଖାଇବା ଦ୍ୱାରା ଗଣ୍ଠି ଭିତର ପଟରୁ ଫୁଲ ସବୁବେଳେ ରହିଥାଏ ତେଣୁ ଲୁଣ କମ ଖାଆନ୍ତୁ l

* ଖସି ମାଂସ -ଖସି ମାଂସରେ ଅଧିକ ମାତ୍ରାରେ ସାଚୁରେଟେଡ଼ ଫ୍ୟାଟ ମିଳିଥାଏ l ଯାହା କୋଲେଷ୍ଟ୍ରଲକୁ ବଢାଇବା ସହିତ ରକ୍ତରେ ଶର୍କରାକୁ ମଧ୍ୟ ବଢ଼ାଇଥାଏ l ଏହା ସହିତ ଗଣ୍ଠି ଗୁଡିକୁ ଯନ୍ତ୍ରଣା ଦେବା ସହିତ ଅର୍ଥରାଇଟିସର କାରଣ ମଧ୍ୟ ହୋଇଥାଏ l

* ମଇଦା -ଗୋଟିଏ ଗବେଷଣାରୁ ଜଣ ପଡିଛି ଯେ ମଇଦା ଓ଼ମେଗା-ଥ୍ରୀ ଫ୍ୟାଟି ଏସିଡର ସନ୍ତୁଳନକୁ ବିଗାଡି ଦେଇଥାଏ ,ଯାହା ଶରୀରରେ ବିଭିନ୍ନ ପ୍ରକାର ଗଣ୍ଠିରେ ଯନ୍ତ୍ରଣାକୁ ସକ୍ରିୟ କରିଥାଏ l

* ଛଣା ଛଣି ଖାଦ୍ୟ -ଛଣା ଛଣି ଖାଦ୍ୟରେ ଅଧିକ ମାତ୍ରାରେ ତେଲ ରହିଥାଏ ଯାହା ଗଣ୍ଠି ରୋଗର କାରଣ ହୋଇଥାଏ l କାରଣ ଏହି ତେଲରେ ଓ଼ମେଗା-6 ର ପରିମାଣ ଅଧିକ ଥିବା ହେତୁ ଓ଼ମେଗା-3ଫ୍ୟାଟି ଏସିଡ ସନ୍ତୁଳନକୁ ବିଗାଡି ଦେଇଥାଏ l ଯାହା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ସହିତ ଫୁଲ ମଧ୍ୟ ବଢିଥାଏ l

Show More

Related Articles

Back to top button