ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ସେଓ ଖାଇବାଦ୍ୱାରା କିପରି ଓଜନ ନିୟନ୍ତ୍ରଣ ହୋଇଥାଏ

ସେଓ ଶକ୍ତିର ଗନ୍ତାଘର ଅଟେ l କୁହାଯାଏ ଯେ ଯଦି ଆପଣ ଦିନକୁ ଗୋଟିଏ ସେଓ ଖାଉଛନ୍ତି ଆପଣଙ୍କୁ ଡାକ୍ତର ପାଖକୁ ଯିବାକୁ ପଡିବ ନାହିଁ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯଦି ଆପଣ ସେଓକୁ ନିଜ ଖାଦ୍ୟରେ ସାମିଲ କରନ୍ତି ତେବେ ଏହା ଆପଣଙ୍କର ଓଜନ କମାଇବା ସହିତ ଅନେକ ରୋଗ ମଧ୍ୟ ଦୂର କରିବ

ସେଓ ଖାଇବାର ଉପଯୁକ୍ତ ବାଟ – ସାଧାରଣତଃ କୁହାଯାଏ ଯେ ସକାଳୁ ଖାଲି ପେଟରେ ସେଓ ଖାଇବା ଉଚିତ l ଯେବେ ଆମେ ରାତିରେ ଡେରିରେ ଖାଦ୍ୟ ଖାଇ ଶୋଇଥାଉ ତାହା ପାଚନ ତନ୍ତ୍ର ଉପରେ ପ୍ରଭାବ ପକାଇ ଥାଏ l ସକାଳୁ ଉଥିଲାପରେ ଖୁବ ଥକା ଲାଗିଥାଏ l କିନ୍ତୁ ଯଦି ଆପଣ ସକାଳୁ ଉଠିଲାପରେ ଗୋଟିଏ ସେଓ ନେଇ ଖାଉଛନ୍ତି ତେବେ ଏହା ଆପଣଙ୍କୁ ସାରା ଦିନ ସୁସ୍ଥ ଓ ସତେଜ ରଖିବ ,ତା ସହିତ କାମ କରିବାକୁ ଉର୍ଜା ମଧ୍ୟ ମିଳିବ l ସେଓ ଖାଇବା ଦ୍ୱାରା ଏସିଡ଼ିଟି ମଧ୍ୟ କାମ ହୋଇଥାଏ l କିନ୍ତୁ ସେଓ ଖାଇବା ପୂର୍ବରୁ ଏହାକୁ ଉଷୁମ ପାଣିରେ ଧୋଇବା ଆବଶ୍ୟକ l ଆଉ ଗୋଟିଏ କଥା ହେଲା ସେଓକୁ ଚୋପା ସହିତ ଖାଇବା ଆବଶ୍ୟକ , କାରଣ ସେଓ ଚୋପାରେ ଅନେକ ପୌଷ୍ଟିକ ତତ୍ୱ ରହିଛି l

ଯେଉଁମାନେ ଶାରୀରିକ ଓ ମାନସିକ ଚାପରେ ରହୁଛନ୍ତି ସେମାନେ ସକାଳୁ ୨ଟି ସେଓ ଖାଇବା ଆବଶ୍ୟକ lସେଓକୁ ନାପସନ୍ଦ କରୁଥିବା ବ୍ୟକ୍ତିମାନେ ସେମାନେ ଅନ୍ୟ ଉପାୟରେ ସେଓ ଖାଇ ପାରିବେ l ସେମାନେ ଚାହିଁଲେ ସେଓର କେକ ତିଆରିକରି ଖାଇ ପାରିବେ l କିମ୍ବା ସେଓକୁ ଓଟ୍ସରେ ସେଓକୁ କାଟି ପକାଇ ଖାଇ ପାରିବେ l ମଧୁମେହ ରୋଗୀମାନେ ସେଓରେ ପ୍ରସ୍ତୁତ ସାଲାଡ଼କୁ ନିଜ ଖାଦ୍ୟରେ ସାମିଲ କରି ପାରିବେ l ସେଓରେ ତିଆରି ହୋଇଥିବା ଭିନେଗାର ଚର୍ବିକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ ,ଆପଣ ଚାହିଁଲେ ଏହାକୁ ମଧ୍ୟ ନିଜ ଖାଦ୍ୟରେ ସାମିଲ କରି ପାରିବେ l

Show More

Related Articles

Back to top button