ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା କେଉଁ ସମୟରେ ଡାଳିମ୍ବ ଖାଇଲେ ସ୍ୱାସ୍ଥ୍ୟକୁ ଅଧିକ ଉପକାର ମିଳିଥାଏ

ଡାଳିମ୍ବ ଗୋଟିଏ ଏପରି ଔଷଧୀୟ ଫଳ ଅଟେ ,ଯାହା ଅନେକ ରୋଗକୁ ସମୂଳେ ନଷ୍ଟ କରିବାକୁ ସକ୍ଷମ ହୋଇଥାଏ l ଏହାର ଔଷଧୀୟ ଗୁଣ କାରଣରୁ କୁହାଯାଏ ଗୋଟିଏ ଡାଳିମ୍ବ ଖାଇଲେ ୧୦୦ ଟି ରୋଗ ଶରୀର ଠାରୁ ଦୁରେଇ ଯାଇଥାଏ

ଶରୀର ପାଇଁ ଡାଳିମ୍ବ ରାମବାଣ ସଦୃଶ ଅଟେ l ଡାଳିମ୍ବର ଫାଇବର ,ଭିଟାମିନ-ବି ,ସି ,କେ ,ଆଇରନ ,ପୋଟାସିୟମ ,ଜିଙ୍କ ଓ ଅମେଗା-୬ ଭଳି ଫ୍ୟାଟି ଏସିଡ ଓ ପୋଷକତତ୍ୱ ମିଳିଥାଏ l ଯାହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ଏହା କେବଳ ଶରୀର ପାଇଁ ନୁହେଁ କେଶ ଓତ୍ୱଚା ପାଇଁ ମଧ୍ୟ ଲାଭ ଦାୟକ l ଏହାକୁ ନିୟମିତ ସେବନ କଲେ ଆପଣଙ୍କ ଶରୀରରୁ ରକ୍ତ ହୀନତା ଦୂର ହେବ ସହିତ ଦୁର୍ବଳ ମଧ୍ୟ ଲାଗିବ ନାହିଁ l ତାହେଲେ ଆଜି ଆସନ୍ତୁ ଜାଣିବା ଡାଳିମ୍ବ ଖାଇବାର ପ୍ରକୃତ ସମୟ କଣ ଓ କେଉଁ ରୋଗ ପାଇଁ ହିତକର l

* ସକାଳେ ଖାଇଲେ କି ଲାଭ ମିଳେ-ସକାଳ ସମୟରେ ଡାଳିମ୍ବ ଖାଇଲେ ଆପଣଙ୍କ ଶରୀର ସୁସ୍ଥ ରହିବ l ଡାଳିମ୍ବରେ ଭରପୁର ମାତ୍ରାରେ ଶର୍କରା ରହିଛି l ଏଥିରେ ଥିବା ଭିଟାମିନ ଆପଣଙ୍କ ଶରୀରକୁ ସତେଜ ରଖିବ l ଡାଳିମ୍ବର ଥିବା ଶର୍କରା ଆପଣଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଶକ୍ତି ଯୋଗାଇଥାଏ l

* ମାଧ୍ୟାନ ସମୟରେ ଡାଳିମ୍ବ ଖାଇଲେ କି ଲାଭ ମିଳେ-ମାଧ୍ୟାନ ଭୋଜନ ପରେ ଆପଣ ଡାଳିମ୍ବ ଖାଇଲେ ଆପଣଙ୍କର ଖାଦ୍ୟ ହଜମ ହେବ ସହିତ ଏସିଡ଼ିଟି ଓ ଗ୍ୟାସ ପ୍ରଭୃତି ସମସ୍ୟା ଦୁରେଇ ଯିବ l

* ରାତିରେ ଡାଳିମ୍ବ ଖାଇଲେ କଣ ଅସୁବିଧା ହୁଏ-ଡାଳିମ୍ବକୁ ଆପଣ ରାତି ସମୟରେ ଆଦୌ ଖାଇବା ଉଚିତ ନୁହେଁ l ରାତିରେ ଆମ ଶରୀରର ମେଟାବେଲିଜିମ ଅତ୍ୟନ୍ତ ଧୀର ହୋଇଯାଇଥାଏ l ଡାଳିମ୍ବର ଥିବା ଫାଇବର ରାତିରେ ହଜମ କରିବା କଷ୍ଟସାଧ୍ୟ ହୋଇଥାଏ l ତେଣୁ ରାତିରେ ଡାଳିମ୍ବ ଖାଇବା ଆଦୌ ଉଚିତ ନୁହେଁ l

* ମସ୍ତିସ୍କକୁ ଗତିଶୀଳ କରାଏ -ଯଦି ଆପଣ ଡାଳିମ୍ବ ଖାଉ ନାହାନ୍ତି ତେବେ ଖାଇବା ଆରମ୍ଭ କରି ଦିଅନ୍ତୁ l କାରଣ ଡାଳିମ୍ବ ଆମ ମସ୍ତିସ୍କକୁ ସବୁବେଳେ ଗତିଶୀଳ ରଖିଥାଏ l ଯେଉଁମାନେ ଅଲଜାଇମl ରୋଗରେ ପୀଡିତ ଅଛନ୍ତି ,ଯେଉଁ ରୋଗରେ ମଣିଷ ପୀଡିତ ହେଲେ ସ୍ମରଣ ଶକ୍ତି ହରାଇ ଥାଏ l ଯଦି ଏଥିରୁ ନିବୃତ ରହିବାକୁ ଚାହୁଁଛନ୍ତି ତେବେ ଡାଳିମ୍ବ ଖାଆନ୍ତୁ l ଡାଳିମ୍ବ ଆପଣଙ୍କର ସ୍ମରଣ ଶକ୍ତିକୁ ଠିକ ରଖିବା l

* ଆନିମିଆର କମିକୁ ଦୂରକରିବ-ଡାଳିମ୍ବ ରକ୍ତର କମିକୁ ପୂରକରିବା ସହିତ ଲାଲ ରକ୍ତ କୋଷିକକୁ ବଢାଇବାର କାମ କରିଥାଏ l ଏହା ନିୟମିତ ସେବନ କରିବା ଦ୍ୱାରା ରକ୍ତରେ ହେମୋଗ୍ଲୋବିନର ମାତ୍ର ବଢିଥାଏ ,ଯାହା ଦ୍ୱାରା ରକ୍ତ ସଞ୍ଚାଳନ ଭଲରେ ହୋଇଥାଏ l

* ହୃତ୍ପିଣ୍ଡକୁ ସୁସ୍ଥ ରଖେ -ଡାଳିମ୍ବ ଆମର ହୃତ୍ପିଣ୍ଡକୁ ସୁସ୍ଥ ରଖିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ l ଡାଳିମ୍ବର ଥିବା ପୋଷାକତତ୍ୱ ଆମର ରକ୍ତ ସଞ୍ଚାଳନ କରି କୋଷିକା ଗୁଡିକୁ ସଫା ରଖିଥାଏ ,ଯାହା ଜରିଆରେ ରକ୍ତ ଆମ ହୃତ୍ପିଣ୍ଡ ଦ୍ୱାରା ସମସ୍ତ ଅଙ୍ଗକୁ ଠିକ ଭାବରେ ଯାଇ ପରେ ଏବଂ ହୃଦୟ ସମ୍ବଧୀୟ ରୋଗ ଗୁଡିକ ଦୁରେଇ ଯାଇଥାଏ l

Show More

Related Articles

Back to top button