ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ପ୍ରତିଦିନ ସକାଳୁ ଜଳଖିଆ ପୂର୍ବରୁ ବ୍ରସ ନକରି ଖାଇଲେ କଣ ସବୁ ଅସୁବିଧା ହୁଏ

ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସହିତ ପାଟିର ସ୍ୱାସ୍ଥ୍ୟ ପାଇଁ ଜଳଖିଆ ଖାଇବା ପୂର୍ବରୁ ଦାନ୍ତକୁ ବ୍ରସ କରିବା ଆବଶ୍ୟକ l ବ୍ରସ କରିବା ଦ୍ୱାରା ଆପଣଙ୍କ ପାଟିକୁ ନୂଆ ସ୍ଥିତି ମିଳିଥାଏ ଓ ଦିନ ସମୟରେ ଖାଇବା ପାଇଁ ଠିକ କରିଥାଏ l ଦାନ୍ତର ସଫା କରିବା ଦ୍ୱାରା ରାତିରେ ପାଟି ଭିତରେ ବଢୁଥିବା ବ୍ୟାକ୍ଟେରିଆକୁ ହଟାଇବାରେ ସାହାଯ୍ୟ ମିଳିଥାଏ

ରାତିରେ ଭୋଜନ ପରେ ପାଟି ଧୋଇଲେ ଆମ ପାଟିରେ ଥିବା କିଛି ଖାଦ୍ୟ ଖଣ୍ଡ ବାହାରି ଯାଇଥାଏ ଓ ଛୋଟ ଛୋଟ ଖଣ୍ଡ ଗୁଡିକ ପାଟି ଭିତରେ ଦାନ୍ତ ସଂଦିରେ ରହିଯାଇଥାଏ l

ବୈଜ୍ଞାନିକ ଗବେଷଣା ଅନୁସାରେ ପାଟିର ଦୁର୍ଗନ୍ଧ କୁହାଯାଉଥିବା ଗନ୍ଧ ଦ୍ୱାରା ଦୁନିଆର ଅଧିକାଂଶ ଲୋକ ପ୍ରଭାବିତ ଅଛନ୍ତି l ଏହା ମୁଖ୍ୟତ ଭାବରେ ପାଟିର ଖରାପ ସ୍ୱାଦ କାରଣରୁ ହୋଇଥାଏ l ଆମେ ରାତିରେ ଖାଇଥିବା ଖାଦ୍ୟର ଛୋଟ ଅଂଶ ପାଟିରେ ରହିଯାଏ l ଯାହା ଦୁର୍ଗନ୍ଧ ସୃଷ୍ଟି କରିବାରେ କାରଣ ହୋଇଥାଏ l ଆପଣ ଯେତେ କମ ଦାନ୍ତ ଘାଷିବେ ସେତେ ଅଧିକ ଜୀବାଣୁ ଆପଣଙ୍କ ପାଟି ଭିତରେ ରହିବ l ତା ସହିତ ଜିଭକୁ ମଧ୍ୟ ନିୟମିତ ଭାବରେ ସଫା କରିବା ଆବଶ୍ୟକ l

* ଦାନ୍ତ ପୋକ କାଟିବା -ଦାନ୍ତ ପୋକ କାଟିବା ଅସହ୍ୟ ଯନ୍ତ୍ରଣା କାରଣରୁ ଆମେ ଦାନ୍ତ ଓପାଡିବା ପର୍ଯ୍ୟନ୍ତ ପହଂଚି ଯାଇଥାଉ l ଦାନ୍ତକୁ ସଫା ନକରିବା ଦ୍ୱାରା ମଇଳା ଆମର ମାଢି ଓ ଦାନ୍ତ ସନ୍ଧିରେ ଏକ ସହିତ ରହି ପାଚିବାକୁ ଆରମ୍ଭ କରିଥାଏ l ଯେତେବେଳେ ଏହି ଜୀବାଣୁ ପାଟି ଭିତରେ ଅନେକଦିନ ଧରି ରହିଥାଏ ଆମର ମାଢି ଉପରେ ଏହାର ପ୍ରଭାବ ପଡିଥାଏ l କିଛି ଦିନ ପରେ ଆମ ଦାନ୍ତ ଉପରେ ଏହାର ପ୍ରଭାବ ପଡି ଦାନ୍ତ ପୋକ କାଟିବା ଆରମ୍ଭ ହୁଏ ଯେଉଁ କାରଣରୁ ଆମେ ଦାନ୍ତ ଓପାଡିବାକୁ ବାଧ୍ୟ ହଉ l ତେଣୁ ନିୟମିତ ଦାନ୍ତ ସଫା କରିବା ଆବଶ୍ୟକ l

* ଦାଗଯୁକ୍ତ ଦାନ୍ତ – ବିଭିନ୍ନ ଉପାୟରେ ଦାନ୍ତକୁ ସଫା କରାଯାଇଥାଏ l ଯେତେବେଳେ ଆମେ ଖାଦ୍ୟ ଖାଇଥାଉ କିମ୍ବା ଚାହା ,କଫି ,ମଦ ଇତ୍ୟାଦି ପିଇଥାଉ ଆମର ଦାନ୍ତ ହଳଦିଆ ହୋଇଯାଇଥାଏ l ଏହା ବ୍ୟତୀତ ଆପଣ ସକାଳର ଜଳଖିଆ ଖାଇବା ପୂର୍ବରୁ ଦାନ୍ତ ନଘସୁ ଛନ୍ତି ତେବେ ଦାନ୍ତ ଉପରେ ଦାଗ ହୋଇଯାଇଥାଏ ଓ ଆପଣଙ୍କର ଆକର୍ଷିତ ବ୍ୟକ୍ତିତ୍ୱ ନଷ୍ଟ ହୋଇଥାଏlତେଣୁ ସକାଳେ ଓ ରାତିରେ ଦୁଇଥର ଦାନ୍ତ ଘଷିବା ଆବଶ୍ୟକ l

Show More

Related Articles

Back to top button