ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: ଭବିଷ୍ୟତ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। କୌଣସି ବିଶେଷ କାମରେ ମାଆଙ୍କ ସହଯୋଗ ପାଇବେ। ଛାତ୍ରମାନେ ଫଳ ଚିନ୍ତା ନ କରି ପରିଶ୍ରମ କରନ୍ତୁ।

ବୃଷ: କୌଣସି ନୂଆ କାରବାରରେ ପୁଞ୍ଜି ଲଗାଇବା ପାଇଁ ଭାବିବେ। ବନ୍ଧୁମାନଙ୍କ ଲାଗି ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ରାଜନୀତିରେ ଆର୍ଥିକ ଲାଭ ହେବ।

ମିଥୁନ: ନିଜର ଭାଗ୍ୟ ବଦଳାଇବା ପାଇଁ ଭଲ ସୁଯୋଗ ପାଇବେ। ଅଧିକାରୀଙ୍କ ଠାରୁ ଭଲ ବ୍ୟବହାର ପାଇବେ। ଜୀବନସାଥୀ ଆପଣଙ୍କୁ ଆର୍ଥିକ ସାହାଯ୍ୟ କରିବେ।

କର୍କଟ: ଦିନଟି ଆନନ୍ଦ ଉଲ୍ଲାସ ଭରା ରହିବ। ସକାରାତ୍ମକ ବିଚାର ସହିତ କାମ ସଂପୂର୍ଣ୍ଣ କରିବେ। ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।

ସିଂହ: ଦୈନନ୍ଦିନ କାମ ବିନା ବାଧାରେ ସଂପୂର୍ଣ୍ଣ ହେବ। କାରବାରରେ ଆପଣଙ୍କୁ ଅଚାନକ ଲାଭ ମିଳିବ। ସାବଧାନତାର ସହ ବାହନ ଚଳାନ୍ତୁ।

କନ୍ୟା: ଅଫିସରେ କାମର ବୋଝ ଅଧିକ ହୋଇପାରେ। ସହକର୍ମୀଙ୍କ ପୂରା ସହଯୋଗ ପାଇବେ। ଆପଣଙ୍କ ବ୍ୟକ୍ତିତ୍ବରେ ଅଚାନକ ପରିବର୍ତ୍ତନ ଆସିବ।

ତୁଳା: ଆପଣଙ୍କର ସବୁ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହେବ। ପୁରୁଣା ଜମିରୁ ଧନଲାଭ ହେବ। କାଠ ସାମଗ୍ରୀ କିଣିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

ବିଛା: ପୂର୍ବ ଅଶାନ୍ତି ସମାପ୍ତ ହୋଇପାରେ। ଘରର କୌଣସି ନୂଆ ଦାୟିତ୍ବ ସମ୍ଭାଳିବେ। ଜୀବନସାଥୀ ଆପଣଙ୍କୁ ଉପହାର ଦେଇପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ଧନୁ: ଆପଣଙ୍କର କୌଣସି ବିଶେଷ ଇଚ୍ଛା ପୂରଣ ହେବ। ଘରକୁ କୁଣିଆ ଆସିବେ। କୌଣସି ପ୍ରତିଯୋଗୀ ପରୀକ୍ଷା ସମ୍ବନ୍ଧରେ ଶୁଭ ସୂଚନା ପାଇବେ।

ମକର: କୌଣସି କାମରେ ବାଧା ଉପୁଜିପାରେ। ଧୈର୍ଯ୍ୟ ଧରି ସମସ୍ୟାର ସାମନା କରନ୍ତୁ, ଲାଭ ପାଇବେ। ଅଫିସରେ ଅଧିକାରୀବର୍ଗ ଆପଣଙ୍କ ଉପରେ ଖୁସି ରହିବେ।

କୁମ୍ଭ: ସବୁ କାମରେ ଅଧିକ ଖଟିବାକୁ ହେବ। ଭ୍ରମଣ ସମୟରେ ବାଲ୍ୟବନ୍ଧୁ ସହିତ ଦେଖା ହେବ। ସନ୍ଧ୍ୟାରେ ଜୀବନସାଥୀ କିଛି ଭଲ ଜିନିଷ ତିଆରି କରି ଖାଇବାକୁ ଦେବେ।

ମୀନ: ନିଜକୁ ପାରଙ୍ଗମ ଅନୁଭବ କରିବେ। ବ୍ୟବସାୟରେ ନୂଆ ଗତି ଦେବାକୁ ଚେଷ୍ଟା କରିବେ। ବିବାହିତ ଧାର୍ମିକ ସ୍ଥାନକୁ ଯିବେ। ଚାକିରି ଖୋଜୁଥିବା ଲୋକଙ୍କ ଲାଗି ଦିନଟି ଶୁଭ।

Show More

Related Articles

Back to top button