ଜୀବନଚର୍ଯ୍ୟା

ଆସନ୍ତୁ ଜାଣିବା ବ୍ରଣ ହେଉଥିଲେ କିପରି କରିବା ଘରୋଇ ଉପାୟରେ ଉପଚାର

ଶୀତଦିନେ ଶୁଷ୍କ ତ୍ବଚାରେ କେତେଜଣଙ୍କ ଠାରେ ବ୍ରଣ, ଦାଗ ସମସ୍ୟା ଦେଖାଯାଏ। ହେଲେ ଏଥିରେ ବ୍ୟତିବ୍ୟସ୍ତ ନ ହୋଇ ସରଳ ଘରୋଇ ଉପଚାର କଲେ ବ୍ରଣ କମ୍ ହୁଏ

ଏହି ଋତୁରେ ନିଜ ଖାଦ୍ୟପାନୀୟ ଉପରେ ଗୁରୁତ୍ବ ଦିଅନ୍ତୁ, ଶୋଷ ନ ହେଉଥିଲେ ମଧ୍ୟ ଦିନକୁ ୯-୧୦ ଗିଲାସ ପାଣି ପିଇବାର ଅଭ୍ୟାସ କରନ୍ତୁ। ଉଷୁମ ପାଣି ପ୍ରତିଦିନ ପିଇଲେ ତ୍ବଚା ଓ କେଶର ଅନେକ ସମସ୍ୟାର ସମାଧାନ ହୁଏ।
– କ୍ଲିନଜିଂ ମିଲ୍କ ନଚେତ୍ କଞ୍ଚା ଖିରରେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ତ୍ବଚାକୁ ଭଲରେ ପୋଛି ମଏଶ୍ଚରାଇଜର୍ ଲଗାଇନେବେ। ତ୍ବଚା ଶୁଷ୍କ ହେଲେ ବ୍ରଣ ଏଇ ଦିନେ ବଢ଼ିବାର ସମସ୍ୟା ଉପୁଜେ।
– ଘି-କୁଆଁରୀ ରସରେ ମହୁ ଅଳ୍ପ ମିଶାଇ ତ୍ବଚାରେ ଲଗାଇ କିଛି ସମୟ ପରେ ଧୋଇନେବେ। ସକାଳବେଳା ଏହି ପ୍ୟାକ୍ ଲଗାଇବେ ନଚେତ୍ ଥଣ୍ଡା, ସର୍ଦି ହେବାର ଭୟ ରହିଛି।

– ଏସବୁ ସହ ବେସନରେ ମହୁ ଓ ଖିର ସର ମିଶାଇ ତ୍ବଚାରେ ପ୍ୟାକ୍ ଭଳି ଲଗାନ୍ତୁ। ଶୁଖିବା ପରେ ଧୋଇନେବେ, ବ୍ରଣ ସମସ୍ୟାରୁ ରକ୍ଷା ପାଇବା ନିମନ୍ତେ ଏହା ଏକ ଭଲ ପ୍ୟାକ୍।
– ଶୀତରେ ସପ୍ତାହକୁ ଥରେ ତ୍ବଚା ସ୍କ୍ରବ୍ କରନ୍ତୁ, ଅଧିକ ଥର ସ୍କ୍ରବ୍ କଲେ ବ୍ରଣ ସମସ୍ୟା ବଢ଼ିପାରେ ବୋଲି ବିଉଟିସିଆନ୍‌ଙ୍କ ମତ। ବାହାରୁ ଆସିବା ପରେ ତ୍ବଚାକୁ ଭଲରେ ଧୋଇ ମଏଶ୍ଚରାଇଜର୍, ଟୋନର୍ ଲଗାଇବାକୁ ଯେପରି ନ ଭୁଲିବେ। ଏହି ଋତୁରେ ତ୍ବଚାକୁ ଏଭଳି ଉପାୟରେ ପୋଷଣ ଦେବା ଜରୁରୀ।

Show More

Related Articles

Back to top button