Breaking PLUSଦେଶ ବିଦେଶମୁଖ୍ୟ ଖବର
ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ହେବାଦ୍ବାରା ୭ ଜଣଙ୍କର ମୃତ୍ୟୁ
ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି
ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୨ ରେକର୍ଡ଼ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ମାଜେନା ସହର ଠାରୁ ୧୦ କିମି ଦୂରରେ ଏହାର ଉତ୍ପତ୍ତିସ୍ଥଳ ବୋଲି ଜଣାପଡ଼ିଛି। ଏହି ଭୂମିକମ୍ପରେ ଶତାଧିକ ଘର ଭୁଶୁଡିବା ସହ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ନେଇ ଆଶଙ୍କା କରାଯାଉଛି।